ଏମସିଡି ମେୟର ନିର୍ବାଚନ ପୂର୍ବରୁ ହଙ୍ଗାମା, ଅଟକିଲା ଦିଲ୍ଲୀ ମେୟର ନିର୍ବାଚନ ଖବର ଓଡିଶା : 06/01/2023 Share story: ଏମସିଡି ମେୟର ନିର୍ବାଚନ ପୂର୍ବରୁ ଜୋରଦାର ହଙ୍ଗାମା। ମେୟର୍ ନିର୍ବାଚନ ପୂର୍ବରୁ ‘ଆପ୍’ ଓ ‘ବିଜେପି’ କାଉନ୍ସିଲର୍ଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଲାଗିବାରୁ ଦିଲ୍ଲୀ ଏମସିଡି ମେୟର ନିର୍ବାଚନ ସ୍ଥଗିତ ରହିଛି | ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେଶନ (ଏମ୍ସିଡି) ନିର୍ବାଚନ ପରେ ଆଜି ମେୟର ନିର୍ବାଚନ ହେବାର ଥିଲା। ମେୟର, ଡେପୁଟି ମେୟର ଏବଂ ଷ୍ଟାଣ୍ଡିଂ କମିଟି ସଦସ୍ୟ ପାଇଁ ଆଜି ନିର୍ବାଚନ ହେବାର ଥିଲା | ହେଲେ ନିର୍ବାଚନ ପୂର୍ବରୁ ଉଭୟ ଆପ୍ ଓ ବିଜେପି ପରିଷଦଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା । ଏଥିରେ ଉଭୟ ଦଳର କିଛି ପରିଷଦ ଆହାତ ହୋଇଥିବା ଦେଖିବାକୁ ମିଳିଛି । ମେୟର ପଦ ପାଇଁ ବିଜେପି ପକ୍ଷରୁ ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଆପ୍ ଶୈଲୀ ଓବରଏଙ୍କୁ ପ୍ରାର୍ଥୀ କରିଛି। ଏହାସହ ଡେପୁଟି ମେୟର ପାଇଁ ବିଜେପି ପକ୍ଷରୁ କମଲ ବାଗଡିଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଆପ୍ ଆଲେ ମହମ୍ମଦ ଇକବାଲଙ୍କୁ ପ୍ରାର୍ଥୀ କରିଛି। । 10 ବର୍ଷ ପରେ ଆଜି ଦିଲ୍ଲୀରେ ସିଙ୍ଗଲ ମେୟର ଚୟନ ହେବାର ଥିଲା। ଦିଲ୍ଲୀ ଏମସିଡି ନିର୍ବାଚନରେ ଆପ 134 ଟି ଆସନ ଜିତି ସଂଖ୍ୟା ଗରିଷ୍ଠ ହାସଲ କରିଛି। ଏହି ନିର୍ବାଚନରେ ବିଜେପି କାଉନସିଲର ସତ୍ୟ ଶର୍ମାଙ୍କୁ ପ୍ରିଜାଡିଂ ଅଫିସର ଭାବେ ନିଯୁକ୍ତି କରାଯିବାକୁ ନେଇ ବିବାଦ ଉପୁଜିଥିଲା । ଉଭୟେ ଉଭୟଙ୍କୁ ଟାର୍ଗେଟ କରି ବିଭିନ୍ନ ସ୍ଲୋଗାନ ଦେବାରୁ ବିଜେପି ଏବଂ ଆପ କାଉନସିଲରଙ୍କ ମଧ୍ୟରେ ଠେଲାଠେଲି ପରିସ୍ଥିତି ଉପୁଜିଥିଲା । ଏପରିକି ନିର୍ବାଚନ ସେଣ୍ଟରରେ ଅନୁଷ୍ଠିତ ବୈଠକ ବେଳେ ଆପ୍ ଏବଂ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଜଣେ ଏଏପି କାଉନସିଲର ଆହତ ହୋଇଛନ୍ତି | Delhi Election KhabarOdisha ଖବର ଓଡ଼ିଶା, Reporter, 06/01/2023