ଭୁବନେଶ୍ୱର, ମାର୍ଚ୍ଚ ୨୫(ଖବର ଓଡ଼ିଶା): ସରିଛି ମତଦାନ । ଇଭିଏମ୍ ମେସିନ୍ରେ ବନ୍ଦ ହୋଇ ରହିଛି ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ । ଏବେ ଫଳାଫଳ ଉପରେ ସମସ୍ତଙ୍କ ନଜର । ତେବେ ଆସନ୍ତାକାଲି ହେବାକୁ ଯାଉଛି ପୌର ଭୋଟ୍ ଗଣନା । ଏନେଇ ସବୁ ପ୍ରସ୍ତୁତି ଶେଷ ହୋଇଛି । ଏହା ବାବଦରେ ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ସଚିବ ।
ସୂଚନା ଅନୂଯାଇ କାଉନସିଲର ଭୋଟ୍ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ପୌରାଧ୍ୟକ୍ଷ ଭୋଟ୍ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଟେବୁଲ ରହିବ । କାଉନସିଲର ଭୋଟ୍ ଗଣତି ପାଇଁ ମୁନସିପାଲିଟିରେ ସର୍ବାଧିକ ୫ଟି ଟେବୁଲ, ଚେୟାରମ୍ୟାନ୍ ଭୋଟ୍ ଗଣତି ପାଇଁ ମୁନସିପାଲିଟିରେ ସର୍ବାଧିକ ୫ଟି ଟେବୁଲ, କର୍ପୋରେଟର ଭୋଟ୍ ଗଣତି ପାଇଁ ମୁନସିପାଲ କର୍ପୋରେସନରେ ୧୨ଟି ଟେବୁଲ, ମେୟର ଭୋଟ୍ ଗଣତି ପାଇଁ ମୁନସିପାଲ କର୍ପୋରେସନରେ ୧୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି ।
ପ୍ରତି କାଉଣ୍ଟିଂ ଟେବୁଲରେ ଜଣେ ଜେଣ ସୁପରଭାଇଜର ରହିବେ । ସେମାନଙ୍କ ସହ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ମଧ୍ୟ ନିୟୋଜିତ ରହିବେ । ଏମାନଙ୍କୁ ସାହାଯ୍ୟ ପାଇଁ ଜଣେ ଜଣେ ଗ୍ରୁପ୍-ଡି କର୍ମଚାରୀ ନିୟୋଜିତ ହେବେ ବୋଲି ନିର୍ବାଚନ କମିଶନ ସଚିବ ସୂଚନା ଦେଇଛନ୍ତି ।
ଏଥର ପୌର ଭୋଟ୍ ଗଣତିର ସମସ୍ତ ପ୍ରକିୟା ସିସିଟିଭି ନିରୀକ୍ଷଣରେ ହେବ ବୋଲି ସୂଚନା ରହିଛି । କେବଳ ମାତ୍ର ଧାମନଗର ଏନମଏସିରେ ଭୋଟ୍ ଗଣନା ବନ୍ଦ ରହିବ ବୋଲି ଜଣାପଡିଛି ।