ଭୁବନେଶ୍ୱର, ମାର୍ଚ୍ଚ ୨୫(ଖବର ଓଡ଼ିଶା): ପୌର ନିର୍ବାଚନ ସରିବା ପରେ ଏବେ ସମସ୍ତଙ୍କ ନଜର ନିର୍ବାଚନ ଫଳାଫଳ ଉପରେ । କାହା ସପକ୍ଷରେ ଜନାଦେଶ ଯିବ କାହା ଉପରେ ସହରବାସୀ ଆସ୍ଥା ଦେଖାଇଛନ୍ତି ତାହା ଆସନ୍ତା କାଲି ସ୍ପଷ୍ଟ ହେବାକୁ ଯାଉଛି ।
ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗଣନା କାର୍ଯ୍ୟ ଆରମ୍ଭ ହେବ । ୬୪୧୧ ପ୍ରାର୍ଥଙ୍କ ଭାଗ୍ୟଫଳ ଉପରେ ଏବେ ପୁରା ରାଜ୍ୟ ବାସୀଙ୍କ ନଜର ରହିଛି । ଚଳିତ ନିର୍ବାଚନରେ ୩ ପ୍ରମୁଖ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ନିଜ କଳ ବଳ କୌଶଳ ଲଗାଇଥିବା ବେଳେ ଲୋକ କାହାକୁ ବିଶ୍ୱାସ କରିଛନ୍ତି ତାକୁ ନେଇ ଏବେବି ଲାଗି ରହିଛି ଦ୍ୱନ୍ଦ ।
ବିଶେଷ ଭାବରେ ୩ ମହାନଗର ନିଗମ ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ଉପରେ ବେଶି ଫୋକସ ରହିଛି । ଏଥର ମହାନଗର ନିଗମ ଗୁଡିକରେ ୩ ଦଳର ହେଭିୱେଟ୍ ପ୍ରାର୍ଥୀ ମଇଦାନ୍ କୁ ଓହ୍ଲାଇଥିଲେ ଏବଂ ପ୍ରଚାର ମଧ୍ୟ ଜୋରସୋରରେ କରାଯାଇଛି ।
ତେବେ ଆସନ୍ତାକାଲି ପର୍ଯ୍ୟାୟ କ୍ରମେ ଭୋଟ୍ ଗଣନା ହେବାକୁ ଯାଉଛି । ଏହା ପରେ ଫଳାଫଳ ପ୍ରକାଶ କରାଯିବ । ଭୋଟ୍ ଗଣନା ନେଇ ଆଜିଠାରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ସମ୍ପୂର୍ଣ୍ଣ ଭୋଟ୍ ଗଣନା ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇ ସ୍ୱଚ୍ଛ ଭାବରେ ଗଣନା କରିବାକୁ ଏଥର ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ରହିଛି ।