ଭଦ୍ରକ୍, ମାର୍ଚ୍ଚ ୨୪(ଖବର ଓଡ଼ିଶା): ପଞ୍ଚାୟତ ନିର୍ବାଚନ ଭଳି ପୌର ଭୋଟ୍ରେ ମଧ୍ୟ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । କିଛି ବୁଥ୍ରେ ଇଭିଏମ୍ କୁ ନେଇ ଉତ୍ତେଜନା ଦେଖାଦେଇଥିବା ବେଳେ ଆଉ କିଛି ବୁଥ୍ରେ ଗଣ୍ଡଗୋଳ ଓ ଛରାମାଡ଼ ଭଳି ଚିତ୍ର ସାମ୍ନାକୁ ଆସିଛି ।
ସୂଚନା ଅନୂସାରେ ଭଦ୍ରକ୍ରେ ମତଦାନ ସମୟରେ ବୁଥ୍ ସାମ୍ନାରେ ଜଣେ ଯୁବକଙ୍କୁ ଛୁରା ମାଡ଼ କରାଯାଇଛି । ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନଂ ବୁଥ୍ରେ ଏଭଳି ହିଂସା କାଣ୍ଡ ଘଟିଥିବା ବେଳେ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଭୋଟ୍ ଦେବାକୁ ନେଇ ବଚସା ହେବା ପରେ ଯୁବକଙ୍କୁ ଛୁରା ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି । କିଛି ଲୋକ ଭତଦାନ ସମୟରେ ଗଣ୍ଡୋଗଳ କରି ବୁଥ୍ ରିଗିଂ କରିବାକୁ ଚେଷ୍ଟା କରିବା ସମୟରେ ଯୁବକ ଜଣଙ୍କ ବିରୋଧ କରିବାରୁ ତାଙ୍କୁ ଛୁରାମାଡ଼ କରାଯାଇଥିବା ସୂଚନା ମିଳିଛି ।