ଓମରକୋଟ୍, ମାର୍ଚ୍ଚ ୨୪(ଖବର ଓଡ଼ିଶା): ଆଜି ରାଜ୍ୟରେ ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ଏସି ଏବଂ ୩ଟି ମହାନଗର ନିଗମରେ ପୌର ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯାଉଥିବା ବେଳେ କିଛି ସ୍ଥାନରୁ ଭୋଟ୍ ବିଭ୍ରାଟର ଚିତ୍ର ସାମ୍ନାକୁ ଆସିଛି ।
ନବରଙ୍ଗପୁର ଓମରକୋଟ୍ ପୌରପାଳିକା ଦେଖାଦେଇଛି ଭୋଟ୍ ବିଭ୍ରାଟ । ମତଦାନ ଜାରି ରହିଥିବା ବେଳେ ଅଧାରୁ ଅଚଳ ହୋଇ ଯାଇଥିଲା ଇଭିଏମ୍ ମେସିନ୍ ଯାହାକୁ ନେଇ ବୁଥ୍ରେ ଚାପା ଉତ୍ତେଜନା ମଧ୍ୟ ଦେଖାଦେଇଥିଲା ।
ସୂଚନା ଅନୂଯାଇ ଓମରକୋଟ୍ ପୌରପାଳିକା ୮ନଂ ୱାର୍ଡ ୧୪ ନଂ ବୁଥ୍ରେ ଏଭଳି ଇଭିଏମ୍ ତୃଟି ଦେଖିବାକୁ ମିଳିଛି । ଅଧ୍ୟକ୍ଷ ନିର୍ବାଚନ ପାଇଁ ଇଭିଏମ୍ ଅଚଳ ହୋଇଥିବାରୁ ଏଠାରେ ମତଦାନକୁ ସ୍ତଗିତ ରଖାଯାଇଛି ।
କେବଳ ଅଧ୍ୟକ୍ଷ ପଦ ପାଇଁ ମତଦାନ ସ୍ତଗିତ ରହିଛି କାଉନସିଲର ପଦ ପାଇଁ ମତଦାନ ଜାରି ରହିଥିବା ସୂଚନା ମିଳିଛି । ତେବେ ଏଠାରେ ଆସନ୍ତାକାଲି ଅଧ୍ୟକ୍ଷ ପଦ ପାଇଁ ସାନି ମତଦାନ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।