ବ୍ରହ୍ମପୁର, ମାର୍ଚ୍ଚ ୨୬(ଖବର ଓଡ଼ିଶା): ସରିଲା ଭୋଟ୍ ଗଣତି ଆସିଲା ଫଳାଫଳ । ବ୍ରହ୍ମପୁର ମହାନଗର ନିଗମରେ ବିଜେଡ଼ି ସପକ୍ଷରେ ଜନାଦେଶ । ମେୟର ପଦବୀ ହାତେଇଲା ଶାସକ ଦଳ ।
ଭୋଟ୍ ଗଣତି ଶେଷ ହେବା ପରେ ବ୍ରହ୍ମପୁର ମହାନଗର ନିଗମରେ ବିଜେଡ଼ି ମେୟର ପ୍ରାର୍ଥୀ ସଂଘ୍ରମିତ୍ରା ଦଳେଇ ବିଜୟ ହୋଇଛନ୍ତି । ସଂଘ୍ରମିତା ୨୦, ୨୮୬ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।
ପୌର ନିର୍ବାଚନରେ ବିଜେଡ଼ି ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ବ୍ରହ୍ମପୁରରେ ସଂଘ୍ରମିତ୍ରା ଦଳେଇ ଓ ବିଜେପିର ସବିତା ସୁଆରଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଏହାପରେ ଅଳ୍ପ ଭୋଟ୍ ବ୍ୟବଧାନରେ ସଂଘ୍ରମିତା ବାଜି ମାରିନେଇଥିବା ସୂଚନା ମିଳିଛି ।