ଭୁବନେଶ୍ୱର, ମାର୍ଚ୍ଚ ୨୬(ଖବର ଓଡ଼ିଶା): ଚାଲିଛି ଭୋଟ୍ ଗଣନା । ଭୁବନେଶ୍ୱର ମହାନଗର ନିଗମ ଉପରେ ପୁରା ରାଜ୍ୟବାସୀଙ୍କ ନଜର ରହିଥିବା ବେଳେ ଏବେ ଏଠାରେ ଲିଡ୍ କରୁଛନ୍ତି ବିଜେଡ଼ିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ।
ବିଏମସିରେ ମେୟର ପଦବୀ ପାଇଁ ବିଜେଡ଼ି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ତେବେ ସବୁଥର ଭଳି ଏଥର ବି ରେସ୍ରେ ପଛରେ ପଡିଛି କଂଗ୍ରେସ ।
ବର୍ତ୍ତମାନ ବିଜେଡ଼ିର ମେୟର ପ୍ରାର୍ଥୀ ସୁଲୋଚନା ଦାସ ୧୧୪୬୬୬ ଭୋଟ୍ରେ ଲିଡ୍ କରୁଥିବା ବେଳେ ପଛକୁ ବିଜେପି ପ୍ରାର୍ଥୀ ସୁନୀତି ମୁଣ୍ଡ୍ ୭୫୪୩୪ ଭୋଟ୍ରେ ଅଛନ୍ତି ଏବଂ କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟଙ୍କୁ ୮୦୭୧ଭୋଟ୍ ମିଳିଛି ।
ତେବେ ବର୍ତ୍ତମାନ ବିଜେଡ଼ି ସବୁଠାରୁ ଆଗରେ ରହିଥିବା ବେଳେ ଭୋଟ୍ ବ୍ୟବଧାନ ମଧ୍ୟ ଅଧିକ ରହିଛି ଯାହାକୁ ଦୃଷ୍ଟିରେ ରଖି ବିଏମସିରେ ଏଥର ବିଜେଡ଼ି ବାତିମାତ୍ କରିପାରେ ବୋଲି ଆକଳନ କରାଯାଉଛି ।