ସ୍କୁଲରେ ପାଠ ପଢିବାକୁ ଧରଣାରେ ବସିଲେ ଛାତ୍ରଛାତ୍ରୀ
Khabar Odisha:students-sat-in-on-the-idea-of-​​taking-lessons-at-school
ଭୁବନେଶ୍ୱର, ଫେବୃଆରୀ ୧ (ଖବର ଓଡ଼ିଶା):

ଖାତା ବହି ଧରି ନିଜ ସ୍କୁଲ ସାମ୍ନାରେ ବସିଲେ ପିଲା । ଜଣେ କି ଦୁଇ ଜଣ ନୁହେଁ ୧୬୪ ଜଣ ଛାତ୍ରଛାତ୍ରୀ ଆଜି ଏକତ୍ର ହୋଇ ଧରଣାରେ ବସିଛନ୍ତି । ଏଭଳି ଚିତ୍ର ରାଜଧାନୀ ଭୁବନେଶ୍ୱରର ଆଇଆରସି ଭିଜେଲ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି । ଗତ କିଛିଦିନ ତଳେ ସ୍କୁଲ ପକ୍ଷରୁ ନବନ ଶ୍ରେଣୀରୁ ୧୬୪ ଜଣକୁ ଫେଲ କରାଇ ଦିଆଯାଇଥିଲା । ଅନ୍ୟପଟେ ଏହି ବିଷୟରେ ହ୍ୟୁମାନ ରାଇଟସ କମିଶନ ପକ୍ଷରୁ ଗତକାଲି ସ୍କୁଲ କର୍ତ୍ତୃପକ୍ଷଙ୍କୁ ନେଟିସ ମଧ୍ୟ ଜାରି କରାଯାଇଛି ଯେ, ପିଲାଙ୍କୁ ଆଉ ଥରେ ପାସ କରାଯାଉ । ତଥାପି କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କୁ ସ୍କୁଲକୁ ପ୍ରବେଶ କରାଇବାରେ ମନା କରିଥିଲେ । ଯାହା ଫଳରେ ଆଜି ସ୍କୁଲ ସାମ୍ନାରେ ଧରଣାରେ ବସିଛନ୍ତି ଛାତ୍ରଛାତ୍ରୀ ।

  • Tags:

Subscribe

National International State Sports Entertainment