ଏପ୍ରିଲ ୨୬ରୁ ଦଶମ ଓ ଦ୍ୱାଦଶ ପରୀକ୍ଷା, ଅଫଲାଇନ ପରୀକ୍ଷା ହେବା ନେଇ ସ୍ପଷ୍ଟ କଲା ବୋର୍ଡ ଭୁବନେଶ୍ୱର, ଫେବୃଆରୀ ୧୦(ଖବର ଓଡିଶା): Share story: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ପରେ ସ୍କୁଲ, କଲେଜ ଖୋଲିଛି । ଛାତ୍ରଛାତ୍ରୀମାନେ କ୍ଲାସ ରୁମ ପାଠପଢା ଆରମ୍ବ କରିଛନ୍ତି । । ତେବେ ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବି ଜୋର ଧରିଛି । ଏହାରି ଭିତରେ ଅଫଲାଇନ ପରୀକ୍ଷା କରିବା ନେଇ କରିଛି ସିବିଏସଇ ବୋର୍ଡ । ତେବେ ଏପ୍ରିଲ ୨୬ରୁ ଟର୍ମ-୨ ବୋର୍ଡ ପରୀକ୍ଷା ହେବ । ଏନେଇ ସିବିଏସଇ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଅଫଲାଇନ ମୋଡରେ ଏହି ପରୀକ୍ଷା ହେବ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ତାରିଖ ଖୁବଶାଘ୍ର ପରିଷଦ ୱେବସାଇଟ୍ ରେ ଉପଲବ୍ଧ ହେବ । ସିବିଏସଇ ବୋର୍ଡ ପ୍ରଶ୍ନ ପାର୍ଟନ ଭଳି ଟର୍ମ-୨ର ପ୍ରଶ୍ନ ପାର୍ଟନ ହେବ । ସୂଚନା ଅନୁସାରେ, କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ନଭେମ୍ବର-ଡିସେମ୍ବରରେ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡର ଟର୍ମ-୧ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଖବର ଓଡ଼ିଶା, Reporter, 10/02/2022