କଲେଜ ଏବଂ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ବଡ଼ ସୂଚନା ଦେଲେ ରାଜ୍ୟ ସରକାର ଭୁବନେଶ୍ୱର, ଜାନୁଆରୀ ୩୦ (ଖବର ଓଡ଼ିଶା): Share story: ଫେବୃଆରୀ ୧୦ ରୁ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଖୋଲିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିବା ଏକ ନକଲି ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏ ନେଇ ସ୍ପଷ୍ଟିକରଣ ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ। ଶିକ୍ଷା ବିଭାଗ ପକ୍ଷରୁ ଟ୍ୱଟରରେ ଏହି ବିଷୟରେ ସୂଚନା ଦିଆଯାଇଛି। ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇ ନାହାଁନ୍ତି। ଏବେ ମଧ୍ୟ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଖୋଲିବାକୁ ନିଷ୍ପତି ନେଇ ନଥିବାରୁ ପୁର୍ବପରି ଅନ୍ଲାଇନ୍ କ୍ଲାସ୍ ଜାରି ରହିବ। — ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର 🇮🇳 (@DHE_Odisha) January 30, 2022 ତେବେ ଜାନୁଆରୀ ୭ ରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ଥିବା ମେଡିକାଲ କଲେଜ/ନର୍ସିଂ କଲେଜ ଏବଂ ଅନୁଷ୍ଠାନ ବ୍ୟତୀତ ଓଡିଶା କଲେଜ, ବିଶ୍ୱବିଦ୍ୟାଳୟ ଏବଂ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଘୋଷଣା ରାଜ୍ୟ ସରକାର ନିଷ୍ପତି ନେଇଥିଲେ। ସେହିଭଳି ରାଜ୍ୟରେ ସ୍କୁଲ୍ ମଧ୍ୟ ବନ୍ଦ ରହିଛି । ଚଳିତ ମାସ ୨୪ ତାରିଖରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୟୁଟ୍ୟୁବ୍ ମାଧ୍ୟମରେ ପାଠପଢା ଆରମ୍ଭ ହୋଇଛି । କିଛି ଦିନ ତଳେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ମଧ୍ୟ କହିଥିଲେ ଯେ ବୋର୍ଡ ପରୀକ୍ଷା ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ପ୍ରସ୍ତୁତ ହେବା ଉଚିତ୍। ଏହା ପରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ମାଷ୍ଟର କ୍ୟାଣ୍ଟିନ୍ଠାରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଥିଲେ। ତେବେ ଗତକାଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ମହାପାତ୍ର ଶନିବାର ଦିନ ଅଫଲାଇନ୍ ମୋଡରେ ବୋର୍ଡ ପରୀକ୍ଷା ହେବାର ସମ୍ଭାବନା ବିଷୟରେ ସୂଚନା ଦେଇଛନ୍ତି। ଏବଂ ଛାତଛାତ୍ରୀ ମାନଙ୍କ ସନ୍ଦେହ ଦୂର କରିବା ପାଇଁ ଛୋଟ ଛୋଟ ଗୃପ୍ କରି ଅଫଲାଇନ୍ କ୍ଲାସ୍ କରିବାକୁ ସମସ୍ତ ଜିଲ୍ଲା ଅଧକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଖବର ଓଡ଼ିଶା, Reporter, 29/01/2022