ବାତିଲ ହେଲା ଚଳିତବର୍ଷର ଯୁକ୍ତ ଦୁଇର ବାକି ଥିବା ପରୀକ୍ଷା
Khabar Odisha:The-remaining-plus-two-exams-this-year-have-been-canceled
ଭୁବନେଶ୍ୱର, ଜୁଲାଇ ୦୧ (ଖବର ଓଡ଼ିଶା):

ଚଳିତବର୍ଷ ଆଉ ହେବନାହିଁ ଯୁକ୍ତ ଦୁଇ ପରୀକ୍ଷା । ବାକି ଥିବା ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କଲା ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏ ନେଇ ସୂଚନା ଦେଲେ ମନ୍ତ୍ରୀ ସମୀର ରଞ୍ଜନ ଦାସ  । ଲକ୍ ଡାଉନ ଯୋଗୁଁ ୪ଟି ଷ୍ଟ୍ରିମ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଧାମୂଳକ ପାଠ୍ୟକ୍ରମର ୨୩ଟି ପରୀକ୍ଷା ହୋଇପାରିନଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ କରୋନାର ସ୍ଥିତିକୁ ଦେଖି ପରୀକ୍ଷା ନକରିବାକୁ ନିଷ୍ପତ୍ତି ନେଇଛି ଗଣଣିକ୍ଷା ବିଭାଗ ।

 

ପୂର୍ବରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷା ପରିଚାଳନା ନେଇ ନୂତନ ଗାଇଡ ଲାଇନ ଆସି ସାରିଛି ଏବଂ ସିବିଏସ୍‌ଇ ଏବଂ ଆଇସିଏସ୍‌ଇ ବୋର୍ଡ଼ କରୋନା ପାଇଁ ଦଶମ, ଏକାଦଶ ପରୀକ୍ଷାକୁ ମଧ୍ୟ ବାତିଲ କରିଛି । ରାଜ୍ୟ ମଧ୍ୟ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନୀତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନୁସରଣ କରିଥିବା ସୂଚନା ମିଳିଛି । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାରୁ ଅବଶିଷ୍ଟ ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ତେବେ ବାକି ଥିବା ବିଷୟ ଗୁଡିକର ମୂଲ୍ୟାୟନ ପରୀକ୍ଷା ହୋଇ ସାରିଥିବା ବିଷୟ ଆଧାରରେ କରାଯିବ । ଯେଉଁ ପରୀକ୍ଷାର୍ଥୀ ୫ଟି ପରୀକ୍ଷା ଦେଇଛନ୍ତି ସେମାନଙ୍କର ଶ୍ରେଷ୍ଠ ୩ ଟି ବିଷୟର ମାର୍କ ଆଧାରରେ ମାର୍କ ଦିଆଯିବ, ଏଥି ସହିତ ଯେଉଁମାନେ ୪ଟି ବିଷୟରେ ପରୀକ୍ଷା ଦେଇଛନ୍ତି ସେମାନଙ୍କର ୨ ଟି ଶ୍ରେଷ୍ଠ ବିଷୟ ମାର୍କ ଆଧାରରେ ମାର୍କ ଦିଆଯିବ ବୋଲି ଜଣାପଡିଛି।

  • Tags:

Subscribe

National International State Sports Entertainment