ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ !
Khabar Odisha:State-Odisha-3-math-Question-Paper-Leak-in-Sambalpur-University
ଭୁବନେଶ୍ୱର, ଫେବୃଆରୀ ୧୫ (ଖବର ଓଡ଼ିଶା):

ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ୍ । ମୋବାଇଲ ରୁ ମୋବାଇଲକୁ ଘୁରି ବୁଲିଲା +୩ ତୃତୀୟ ସେମିଷ୍ଟାରର ଗଣିତ ପ୍ରଶ୍ନପତ୍ର । 

ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ତୃତୀୟ ସେମିଷ୍ଟାରର ଆଜି ଗଣିତ (ସମ୍ମାନ) ପରୀକ୍ଷା ଥିଲା । ତେବେ +୩ ତୃତୀୟ ସେମିଷ୍ଟାରର ଗଣିତ ପ୍ରଶ୍ନପତ୍ର ମୋବାଇଲ ରୁ ମୋବାଇଲକୁ ଘୁରି ବୁଲିଥିବା ଅଥବା ଲିକ୍ ହୋଇଥିବା ସନ୍ଦେହ କରାଯାଇଛି । ଏନେଇ ବିଭିନ୍ନ କଲେଜକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଦିନ ୧୧ ଟାରୁ ୧୨ଟା ୩୦ ମଧ୍ୟରେ ଇମେଲ ଜରିଆରେ ସମସ୍ତ କଲେଜକୁ ପ୍ରଶ୍ନପତ୍ର ପଠାଯିବ । ପ୍ରଶ୍ନପତ୍ର ଡାଉନଲୋଡ଼ କରି ପରୀକ୍ଷା କରିବାକୁ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ପରୀକ୍ଷା ଗୁଡ଼ିକ ପାଇଁ କଲେଜକୁ ପ୍ରଶ୍ନପତ୍ର ପଠାଯିବ । କିଛି ଅସାଧୁ ବ୍ୟକ୍ତି ଏପରି ପ୍ରଶ୍ନପତ୍ର ଲିକ୍ କରିଥିବା ପରୀକ୍ଷା ନିୟନ୍ତ୍ରକ ଜଣାଇଛନ୍ତି ।

  • Tags:

Subscribe

National International State Sports Entertainment