ଏସି ଚାଲୁନଥିବାରୁ ଖାତାଦେଖା ବନ୍ଦ କଲେ ୧୫୦ରୁ ଅଧିକ ଅଧ୍ୟାପକ
Khabar Odisha:State-Education-Odisha-2-Evaluation-stopped-by-lectures-only-for-AC
ନୟାଗଡ, ମେ ୦୯(ଖବର ଓଡିଶା):

 ରାଜ୍ୟର ରାଜଧାନୀ ଅନ୍ଧାର ଭିତରେ ରହିଥିବା ବେଳେ ନୟାଗଡରେ ଏୟାର କଣ୍ଡିସନର୍ ନ ଚାଲିବାରୁ ଖାତା ଦେଖା ବନ୍ଦ କରିଛନ୍ତି ଅଧ୍ୟାପକ । ଏହା ସହିତ ସେମାନେ ଏସି ଚାଲୁ କରିବା ପାଇଁ ଧାରଣା ମଧ୍ୟ ଦେଇଛନ୍ତି । ଯୁକ୍ତଦୁଇ ଖାତାଦେଖା ବନ୍ଦ କରିବା ସହିତ କଲେଜ ଗେଟ୍ ଆଗରେ ଅଧ୍ୟାପକମାନେ ଧାରଣାରେ ବସିଛନ୍ତି । 

ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତଦୁଇ ଖାତା ଦେଖା ଚାଲିଥିବା ସମୟରେ ବିଭ୍ରାଟ ଦେଖା ଦେଇଛି । ଏସି ଚାଲୁ ନଥିବାରୁ  ଖାତାଦେଖା ବନ୍ଦ କରିଛନ୍ତି ୧୫୦ରୁ ଅଧିକ ଅଧ୍ୟାପକ । ନୟାଗଡ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଏସି ରିମୋଟ ନେଇ ଚାଲିଯାଇଥିବା ଅଭିଯୋଗ କରି ଅଧ୍ୟାପକମାନେ କଲେଜ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି । 

Subscribe

National International State Sports Entertainment