ବୋର୍ଡ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଏଗଜାମ୍ ଓ୍ୱାରିୟର୍ସ
Khabar Odisha:PM-Modis-book-Exam-Warriors-updated-and-released-in-13-Indian-languages
ଖବର ଓଡିଶା : 22/01/2023:

ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଏଗଜାମ୍ ଓ୍ୱାରିୟର୍ସ | ଓଡ଼ିଆ ଭାଷାରେ ବି ହେବ ଉପଲବ୍ଧ। ବୋର୍ଡ ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ଆସିଯାଇଛି ଏଗଜାମ୍ ଓ୍ୱାରିୟର୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବହିର ନୂଆ ସଂସ୍କରଣକୁ ଜାରି କରିଛନ୍ତି। ଏହା ଓଡ଼ିଆ ସମେତ  ହିନ୍ଦି, ଇଂରାଜୀ, ତାମିଲ, ତେଲୁଗୁ, ମାଲାୟଲମ୍, କାନାଡା, ଆସାମୀ, ଗୁଜରାଟୀ, ମରାଠୀ, ପଞ୍ଜାବୀ, ଉର୍ଦ୍ଦୁ ଏବଂ ବଙ୍ଗାଳୀ ଆଦି ୧୩ଟି ଭାଷାରେ ଉପଲବ୍ଧ ହେଉଛି । ଛାତ୍ରଛାତ୍ରୀ କିଭଳି ଚାପମୁକ୍ତ ରହି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ, ସେନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ପରାମର୍ଶ ରହିଛି।   ଆଜି ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି ଯେ, ପରୀକ୍ଷା ପାଇଁ ଉଭୟ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ଏହି ବହି ସଫଳତାର ମନ୍ତ୍ର ଦେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଲିଖିତ ପୁସ୍ତକ ଏଗଜାମ ୱାରିୟର୍ସର ଓଡ଼ିଆ ସଂସ୍କରଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ମାତାପିତା ଓ ଶିକ୍ଷକଙ୍କ ପାଇଁ ମଧ୍ୟ ଏକ ପ୍ରେରଣାଦାୟକ ପୁସ୍ତକ ହେବ ବୋଲି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି କହିଛନ୍ତି | ପରୀକ୍ଷା ଚାପକୁ କମ୍ କରିବାରେ ଫଳପ୍ରଦ ହେବ ଏହି ବହି । ଏଗଜାମ୍ ୱାରିୟର୍ସରକୁ ପଢି ଛାତ୍ରଛାତ୍ରୀମାନେ ଅଧିକ ଆତ୍ମବିଶ୍ୱାସର ସହ ପରୀକ୍ଷାକୁ ଉତ୍ସବ ଭାବରେ ପାଳନ କରିବେ ବୋଲି  ଶ୍ରୀ ପ୍ରଧାନ କହିଛନ୍ତି I  

Subscribe

National International State Sports Entertainment