ଆସନ୍ତାକାଲି OSSTET ପରୀକ୍ଷା, କୋଭିଡ୍ ଗାଇଡଲାଇନରେ ୨ଟି ସିଟିଂରେ ହେବ ପରୀକ୍ଷା ଭୁବନେଶ୍ୱର, ଫେବୃଆରୀ ୮(ଖବର ଓଡିଶା): Share story: ଆସନ୍ତାକାଲି ହେବ ଓଏସଏସଟିଇଟି ପରୀକ୍ଷା । ୩୩୮ଟି କେନ୍ଦ୍ରରେ ହେବ ଓଏସଏସଟିଇଟି ବା ଓଡିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା । କୋଭିଡ ଗାଇଡ ଲାଇନରେ ୨ଟି ସିଟିଂରେ ହେବ ପରୀକ୍ଷା । ପ୍ରଥମ ସିଟିଂ ସକାଳ ୯ଟାରୁ ୧୧ଟା ୩୦ ଏବଂ ଦ୍ୱିତୀୟ ସିଟିଂ ହେବ ୧ଟାରୁ ୩ଟା ୩୦ ଯାଏ । ଏଥର ୬୮ ହଜାର ପ୍ରାର୍ଥୀ ପରୀକ୍ଷା ଦେବାକୁ ପଞ୍ଜୀକରଣ କରିଛନ୍ତି । ମାଲ୍ ପ୍ରାକ୍ଟିସରେ ବୁକ୍ ହେଲେ ଆଉ ଓଏସଏସଟିଇଟି ପରୀକ୍ଷା ଦେଇ ପାରିବେନି ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷାର୍ଥୀଙ୍କ ସହ ଷ୍ଟାଫଙ୍କୁ ମଧ୍ୟ ପରୀକ୍ଷା ବେଳେ ମୋବାଇଲ ଭିତରକୁ ନେଇ ପାରିବେ ନାହିଁ । ତେବେ କୋଭିଡ ଗାଇଡ ଲାଇନ ଅନୁସାରେ ଓଏସଏସଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ଆଜି ଠାରୁ ସମସ୍ତ ପରୀକ୍ଷା କେନ୍ଦ୍ର ସାନିଟାଇଜ ହେଉଛି । ପରୀକ୍ଷାର୍ଥୀଙ୍କର ଥର୍ମାଲ ସ୍କିନିଂ କରାଯିବ । ପ୍ରତ୍ୟେକ ସେଣ୍ଟରେ ଆଇସୋଲେନ ରୁମ ମଧ୍ୟ କରାଯାଇଛି । ଖବର ଓଡ଼ିଶା, Reporter, 07/02/2022