ପ୍ରକାଶ ପାଇଲା ଓସିଏସ ରେଜଲ୍ଟ, ପରୀକ୍ଷାରେ ବାଜି ମାରିଛନ୍ତି ତେଜସ୍ୱିନୀ ବେହେରା ଭୁବନେଶ୍ୱର, ଅକ୍ଟୋବର ୭(ଖବର ଓଡିଶା): Share story: ପ୍ରକାଶ ପାଇଲା ଓସିଏସ ରେଜଲ୍ଟ। ୨୦୨୦ ମସିହା ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ତେଜସ୍ୱିନୀ ବେହେରା ବାଜି ମାରିଛନ୍ତି। ସେହିଭଳି ପ୍ରଥମ ତିନି ସ୍ଥାନରେ ମହିଳା ରହିଛନ୍ତି। ଟପ-୧୦ରେ ମଧ୍ୟ ୭ ମହିଳା ସ୍ଥାନ ପାଇଛନ୍ତି । କୃତକାର୍ଯ୍ୟ ହୋଇଥିବା ୩୯୨ ଜଣଙ୍କ ମଧ୍ୟରେ ୧୪୮ ମହିଳା ରହିଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଶ୍ନା ଦାସ, ତୃତୀୟ ସ୍ଥାନରେ ଅନନ୍ୟା ସୃଷ୍ଟି ଶତପଥୀ, ଚତୁର୍ଥ ସ୍ଥାନରେ ଦେବବ୍ରତ କର, ପଞ୍ଚମ ସ୍ଥାନରେ ଦେବବ୍ରତ ମହାରଣା, ଷଷ୍ଠ ସ୍ଥାନରେ ଅଭିସ୍ମିତା ତେୱାରୀ, ସପ୍ତମ ସ୍ଥାନରେ ଶୁଭଶ୍ରୀ ରଥ, ଅଷ୍ଟମ ସ୍ଥାନରେ ଶ୍ରୀତପା ମିଶ୍ର, ନବମ ସ୍ଥାନରେ ବିବେକାନନ୍ଦ ଷଡଙ୍ଗୀ, ଦଶମ ସ୍ଥାନରେ ତପ୍ତୀ ରାଜ ରହିଛନ୍ତି । ଖବର ଓଡ଼ିଶା, Reporter, 07/10/2022