ASO ପରୀକ୍ଷାରେ ହୋଇଥିବା ଦୁର୍ନୀତିକୁ ନେଇ ଆଜି ହାଇକୋର୍ଟ ବଡ ରାୟ ଦେଇଛନ୍ତି | ଚୂଡାନ୍ତ ତାଲିକା ପ୍ରକାଶ ଉପରେ ରୋକ ଲଗାଇଛନ୍ତି କିନ୍ତୁ କମ୍ପ୍ୟୁଟର ପ୍ରୋଫିସିଏନସି ଟେଷ୍ଟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୋର୍ଟର ବିନା ଅନୁମତିରେ OPSC ରେଜଲ୍ଟ ପ୍ରକାଶ କରିପାରିବନି ବୋଲି ନିର୍ଦେଶ ଦେଇଛନ୍ତି ହାଇକୋର୍ଟ |
ତେବେ ASO ପରୀକ୍ଷାରେ ଦୁର୍ନୀତି ଅଭିଯୋଗରେ ପୁନର୍ବାର କିଛି ପରୀକ୍ଷାର୍ଥୀଙ୍କ ଦ୍ୱାରା ହାଇକୋର୍ଟରେ ସାନି ମାମଲା ଦାୟର ହୋଇଥିଲା | ଚୟନ ପାଇଁ ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ବ୍ୟବସ୍ଥା ଉଛେଦକୁ ଦାବି କରି କିଛି ପରୀକ୍ଷାର୍ଥୀ କୋର୍ଟରେ ସାନି ମାମଲା ଦାୟର କରିଥିଲେ | ବିଷୟ ଭିତ୍ତିକ ସର୍ବନିମ୍ନ ମାର୍କ ଉଠାଇ ମେରିଟ ଲିଷ୍ଟ ପ୍ରକାଶ କରିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ | ତେବେ OPSCକୁ ଆବେଦନର କପି ଦେବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି | ASO ପରୀକ୍ଷା ପରିଚାଳନା ଓ ରେଜଲ୍ଟ ପ୍ରକାଶକୁ ନେଇ ପୂର୍ବରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା | ପରୀକ୍ଷା ଫଳ ପ୍ରକାଶରେ ଦୁର୍ନୀତି ଓ ଅନିୟମିତତାକୁ ନେଇ ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଥିଲା | ଯାହାକୁ OPSC ଖଣ୍ଡନ କରିବା ସତ୍ୱେ ମଧ୍ୟ ଏହି ମାମଲା ହାଇକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଥିଲା |