ପ୍ରକାଶ ପାଇଲା ଆଇଏଏସ ରେଜଲ୍ଟ: କନିଷ୍କ କାଟାରିଆ ଟପ୍ପର, ମହିଳାରେ ସୃଷ୍ଟି ଶୀର୍ଷରେ, ୧୧୮ ସ୍ଥାନରେ ଓଡ଼ିଶାର ସୌମ୍ୟରଞ୍ଜନ
Khabar Odisha:Education-Odisha-upsc-civil-services-exam-2018-result-kanishak-kataria-is-all-india-rank-1
ନୂଆଦିଲ୍ଲୀ,ଏପ୍ରିଲ୦୫(ଖବର ଓଡ଼ିଶା):

ଭାରତୀୟ ଲୋକ ସେବା ଆୟୋଗ ଆଜି ସର୍ବଭାରତୀୟ ପ୍ରଶାସନିକ ସେବା(ଆଇଏଏସ)ର ଫଳାଫଳ ଜାରି କରିଛି।  ଏଥର ଆଇଏଏସରେ ଟପ୍ପର ହୋଇଛନ୍ତି କନିଷ୍କ କାଟାରିଆ।  ଦ୍ଵିତୀୟରେ ଅକ୍ଷତ ଜୈନ ଏବଂ ତୃତୀୟରେ ଅଛନ୍ତି ଜୁନୈଦ ଅହମ୍ମଦ। ଓଡ଼ିଶାରୁ ୧୧୮ତମ ସ୍ଥାନରେ ଅଛନ୍ତି ସୌମ୍ୟରଞ୍ଜନ ରାଉତ। ଏହି ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ ଓ୍ଵେବସାଇଟ୍ upsc.gov.in କୁ ଯାଇ ନିଜର ଫଳାଫଳ ଦେଖି ପାରିବେ। 

ଆଇଆଇଟି ବମ୍ବେରୁ ବିଟେକ୍ ପଢୁଥିବା କନିଷ୍କ କାଟାରିଆ ଆଇଏଏସରେ ଶୀର୍ଷ ସ୍ଥାନ ହାସଲ  କରିଛନ୍ତି। ଅନ୍ୟ ପଟେ ଅନ୍ୟ ପଟେ ସୃଷ୍ଟି ଜୟନ୍ତ ଦେଶମୁଖ ମହିଳା ବର୍ଗରେ ଶୀର୍ଷରେ ଅଛନ୍ତି। ଦ୍ଵିତୀୟରେ ଅକ୍ଷତ ଜୈନ, ତୃତୀୟରେ ଜୁନୈଦ ଅହମ୍ମଦ, ଚତୁର୍ଥରେ ଶ୍ରେୟାଂଶ କୁମାତ, ପଞ୍ଚମରେ ସୃଷ୍ଟି ଜୟନ୍ତ ଦେଶମୁଖ, ଷଷ୍ଠରେ  ଶୁଭମ ଗୁପ୍ତା, ସପ୍ତମରେ କ୍ରାନ୍ତି ବରୁଣ ରେଡ୍ଡୀ, ଅଷ୍ଟମରେ ବୈଶାଳୀ ସିଂହ, ନବମରେ ଗୁଞ୍ଜନ ଦ୍ଵିବେଦୀ ଓ ଦଶମରେ ତତ୍ନମୟ ବରିଷ୍ଠ ଶର୍ମା ଅଛନ୍ତି।

ଟପ୍ ୨୫ରେ ୧୫ ପୁରୁଷ ଓ ୧୦ ମହିଳା ଛାତ୍ର ପରୀକ୍ଷାର୍ଥୀ ଅଛନ୍ତି। ମୋଟ୍ ୭୫୯ ପରୀକ୍ଷାର୍ଥୀ ଏଥିରେ କୃତକାର୍ୟ୍ୟଭ ହୋଇଛନ୍ତି। ଏଥିରେ ୫୭୭ ପୁରୁଷ ଓ ୧୮୨ ମହିଳା ସାମିଲ। ଉତ୍ତୀର୍ଣ୍ଣ ହୋଇଥିବା ୭୫୯ ମଧ୍ୟରୁ ଜେନେରାଲ କାଟାଗୋରୀରେ ୩୬୧, ଓବିସି ବର୍ଗରେ ୨୦୯, ଏସସିରେ ୧୨୮ ଓ ଏସଟି ବର୍ଗରେ ୬୧ ପରୀକ୍ଷାର୍ଥୀ ଅଛନ୍ତି। 

ଓଡ଼ିଶାରୁ ୧୧୮ ତମ ସ୍ଥାନରେ ରହି ରାଜ୍ୟ ଟପ୍ପର ହୋଇଛନ୍ତି ସୌମ୍ୟରଞ୍ଜନ ରାଉତ। ଏହି ପରି ୧୧୯ ରାଙ୍କରେ ଉପାସନା ମହାପାତ୍ର, ୨୩୫ରେ ଜୁବିନ ମହାପାତ୍ର, ୩୫୭ ସ୍ଥାନରେ ସୌରଭ ମିଶ୍ର, ୩୬୭ ପ୍ରଶାନ୍ତ ମିଶ୍ର, ୪୫୭ରେ ଶୁଭେନ୍ଦୁ ପାତ୍ର, ୪୭୮ ସୋମାଲିନ ଶୁଭଦର୍ଶିନୀ, ୫୦୦ରେ ସୁଧାଂଶୁ ନାୟକ, ୫୧୧ରେ ଦୀପକ କୁମାର ମିଶ୍ର, ୫୨୬ରେ ସଞ୍ଜୟ ସାହୁ, ୬୨୯ରେ ଦେବରାଜ ଦାସ, ୫୩୮ରେ ସିଦ୍ଧାର୍ଥ ଗୌତମ, ୬୨୭ରେ  ରାକେଶ କୁମାର ସାହୁ, ୭୫୯ରେ ବିଭୂତି ଭୂଷଣ ନାୟକ। 

ଉଲ୍ଲେଖଯୋଗ୍ୟ, ଏହି ପରୀକ୍ଷାର ଆୟୋଜନ ୨୦୧୮ ସେପ୍ଟେମ୍ବର-ଅକ୍ଟୋବରରେ ହୋଇଥିଲା। ଏହା ପରେ ୨୦୧୯ ଫେବୃଆରୀ-ମାର୍ଚ୍ଚରେ ସାକ୍ଷାତକାର ହୋଇଥିଲା। 

  • Tags:

Subscribe

National International State Sports Entertainment