ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ ପରୀକ୍ଷା କେନ୍ଦ୍ରରୁ ସିସିଟିଭି ଚୋରି
Khabar Odisha:Education-Odisha-cctv-stolen-from-2-exam-center
ପୁରୀ, ମାର୍ଚ୍ଚ ୦୬(ଖବର ଓଡ଼ିଶା):

 ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ ହିଁ ବିଭ୍ରାଟ ଦେଖାଦେଇଛି ।  ଆସନ୍ତା କାଲିଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ପୁରୀର ସାତପଡ଼ାର ଏକ ପରୀକ୍ଷା କେନ୍ଦ୍ରରୁ ସିସିଟିଭି ଚୋରି ଅଭିଯୋଗ ଆସିଛି ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାବେଳେ ଅନେକ ସମସ୍ୟା ଉପୁଜିଥିବା ବେଳେ ପୁଣି ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ ହିଁ ବିଭ୍ରାଟ ଦେଖାଦେଇଛି । ଆସନ୍ତା କାଲିଠାରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ପୁରୀ ଜିଲ୍ଲା ସାତପଡ଼ାର ପଞ୍ଚାୟତ ଜୁନିଅର କଲେଜ ପରୀକ୍ଷା କେନ୍ଦ୍ରରୁ ଦୁଇଟି ସିସିଟିଭି ଗାଏବ ହୋଇଛି  । କଡ଼ା ସୁରକ୍ଷା ମଧ୍ୟରେ ପରୀକ୍ଷା କେନ୍ଦ୍ର ଗୁଡ଼ିକୁ ରଖାଯାଇଥିବା ବେଳେ ମଧ୍ୟ ଏପରି କିଛି ଘଟଣା ସାମନାକୁ ଆସୁଛି । ଗତକାଲି ରାତିରେ କେହି ଦୁର୍ବୃତ୍ତ ଚୋରି କରିଥିବା ସନ୍ଦେହ କରାଯାଉଛି । ଏନେଇ ସାତପଡ଼ା ଥାନାରେ ଅଭିଯୋଗ କରିବା ପରେ ତନାଘନା ଆରମ୍ଭ କରିଛି ପୋଲିସ ।

Subscribe

National International State Sports Entertainment