କାଲିଠୁ ମେ ୪ ଯାଏଁ ସ୍କୁଲ ଛୁଟି, ନିୟମିତ ଆସିବେ ଶିକ୍ଷକ
Khabar Odisha:Education-Odisha-all-school-are-remain-closed--from-18-april-to-4-may
ଭୁବନେଶ୍ଵର, ଏପ୍ରିଲ ୧୭(ଖବର ଓଡିଶା):

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି କାଲିଠୁ ସବୁ ସ୍କୁଲ ଛୁଟି ରହିବ। ମେ ୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ରହିବ ବୋଲି ଘୋଷଣା କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ।  ପ୍ରଥମ ଶ୍ରେଣୀଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ  ଲାଗି ନିର୍ଦ୍ଦେଶ ଦିଆଯାଇଛି। କାଲିଠୁ ମେ ୪ ଯାଏ ସ୍କୁଲରେ ପାଠ ପଢା ବନ୍ଦ ରହିବ। କିନ୍ତୁ ଶିକ୍ଷକ ସ୍କୁଲ ଆସିବେ। ପିଲାଙ୍କ ନାମ ଲେଖା ଓ ଅନ୍ୟାନ୍ୟ କାର୍ଯ୍ୟ ଯଥାରୀତି ଅନୁସାରେ ଚାଲୁ ରହିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ବୁଧବାର ନିର୍ଦ୍ଦେଶାନାମା ଜାରି ରହିଛି। 

ଏହା ପୂର୍ବରୁ ଏପ୍ରିଲ ୧୬ରେ ଏପ୍ରିଲ ୧୮ ତାରିଖରୁ ଖରାଛୁଟି ହେବ ବୋଲି ଘୋଷଣା କରାଯାଇଥିଲା। ରାଜ୍ୟରେ ବଢୁଥିବା ତାତିକୁ ଆଖିଆଗରେ ରଖି ରାଜ୍ୟ ସରକାର ଆଗୁଆ ଖରାଛୁଟି ଘୋଷଣା କରିଥିଲେ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ । 

ଗତ କିଛି ଦିନ ହେଲା ରାଜ୍ୟର ଅନେକ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛୁ । ଯାହା ଫଳରେ ରାଜ୍ୟବାସୀଙ୍କୁ ହନ୍ତ ସନ୍ତ ହେବାକୁ ପଡୁଛି । ବଢୁଥିବା ରୌଦ୍ରପାତକୁ ନଜରରେ ରଖି କୋମଳମତି ଶିଶୁଙ୍କ ପାଇଁ ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ଖରାକୁ ନଜରରେ ରଖି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଥିଲା।

  • Tags:

Subscribe

National International State Sports Entertainment