ନୂଆଦିଲ୍ଲୀ,ଜାନୁଆରୀ ୧୫(ଖବର ଓଡ଼ିଶା):
ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ସାଧାରଣ ବର୍ଗର ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ସାଧାରଣ ବର୍ଗରେ ଆର୍ଥିକ ରୂପେ ଅନଗ୍ରସର ଛାତ୍ରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଆଧାରରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଗାମୀ ଶିକ୍ଷା ବର୍ଷରେ ହଜାରେ ସିଟ୍ ଖାଲି ରଖାଯିବ।
ସେ କହିଛନ୍ତି ଯେ, ଜୁନରେ ଆଗାମୀ ଶିକ୍ଷା ବର୍ଷରେ ଆଇଆଇଟି, ଏନଆଇଟି, କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ଓ ଅନ୍ୟ ଶିକ୍ଷାନୁଷ୍ଠାନରେ ୧୦ ପ୍ରତିଶତ ସଂରକ୍ଷଣ ଆଧାରରେ ହଜାର ସଂଖ୍ୟକ ସିଟ୍ ଖାଲି ରହିବ। ଏହାର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ଯାଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରୀ ସରକାରଙ୍କ ଏହି ନିଷ୍ପତ୍ତିକୁ ସାମାଜିକ ନ୍ୟାୟ ଦିଗରେ ଏକ ମହତ୍ ପଦକ୍ଷେପ ବୋଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ମାନବ ସମ୍ବଳ ବିକାଶ ମନ୍ତ୍ରୀ ରବିବାର ସନ୍ଧ୍ୟାରେ ଜୟପୁରରେ ଏକ ସମାରୋହରେ କହିଥିଲେ ଯେ ଏହା ଆର୍ଥିକ ନ୍ୟାୟ ଓ ସାମାଜିକ ନ୍ୟାୟ ଦେବାକୁ ଏକ କ୍ରାନ୍ତିକାରୀ ନିଷ୍ପତ୍ତି। ଜାନୁଆରୀ ୧୨ରେ ସାଧାରଣ ବର୍ଗର ଆର୍ଥିକ ରୂପେ ଅନଗ୍ରସର ଲୋକଙ୍କ ପାଇଁ ଆଗତ ୧୦ ପ୍ରତିଶତ ସଂରକ୍ଷଣ ବିଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁରୀ ଦେଇଥିଲେ।
କଣ ଏହି ୧୦ ପ୍ରତିଶତ ସଂରକ୍ଷଣ
୨୦୧୯ ଜାନୁଆରୀ ୭ରେ ନରେନ୍ଦ୍ର ମୋଦୀଙ୍କ ପ୍ରଥମ କ୍ୟାବିନେଟ୍ ବୈଠକରେ ୧୦ ପ୍ରତିଶତ ସଂରକ୍ଷଣ ବିଲକୁ ମଞ୍ଜୁରୀ ମିଳିଥିଲା। ସେହି ଦିନ ଦେଶବାସୀଙ୍କୁ ଏହାର ସୂଚନା ଦିଆଯାଇଥିଲା। ଏହାର ପରବର୍ତ୍ତୀ ଦିନ ଜାନୁଆରୀ ୮ରେ ବିଜେପି ଲୋକସଭାରେ ସମ୍ବିଧାନ ସଂଶୋଧନ ବିଧେୟକ ୨୦୧୯ ଉପସ୍ଥାପନ କରିଥିଲା। ଏହା ପରେ ଲୋକସଭା ଓ ରାଜ୍ୟସଭାରେ ଲମ୍ବା ବିତର୍କ ପରେ ଏହି ବିଲ୍ ପାରିତ ହୋଇଥିଲା। ଏହି ମାନଙ୍କୁ ମିଳିବ ସଂରକ୍ଷଣର ଲାଭ
- ପ୍ରସ୍ତାବିତ କାନୁନର ଲାଭ ବ୍ରାହ୍ମଣ, ରାଜପୁତ(ଠାକୁର), ଜାଟ, ମରାଠା, ଭୂମିହାର, ଅନେକ ବ୍ୟବସାୟୀ ଜାତି, କାପୁ ଓ କମ୍ମା ସହିତ ଅନ୍ୟ ଓବିସି ଜାତିଙ୍କୁ ଏହାର ଲାଭ ମିଳିବ।
- ଅନ୍ୟ ଧର୍ମର ଗରିବଙ୍କୁ ମଧ୍ୟ ସଂରକ୍ଷଣର ଲାଭ ମିଳିବ।
- ଏହା ସହିତ ଯେଉଁ ଲୋକଙ୍କ ପାଖରେ ନଗର ନିଗମ ଅଞ୍ଚଳରେ ୧୦୦୦ ବର୍ଗ ଫୁଟ କିମ୍ବା ଏଥିରୁ ଅଧିକ କ୍ଷେତ୍ରଫଳର ଫ୍ଲାଟ ନଥିବ ଏବଂ ୨୦୦ ୟାର୍ଡରୁ ଅଧିକ କୋଠା ନଥିବ ସେମାନଙ୍କୁ ସଂରକ୍ଷଣର ଲାଭ ମିଳିବ।
- ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ ଥିବ।
- ଯେଉଁ ବ୍ୟକ୍ତି ଏ ପର୍ଯ୍ୟନ୍ତ କୌଣସି ପ୍ରକାରର ସଂରକ୍ଷଣ ଅନ୍ତର୍ଗତ ନଥିବେ।
- ଯେଉଁ ମାନଙ୍କ ପାଖରେ ୫ ଏକରରୁ କମ ଜମି ଥିବ।
- ଏ ପର୍ଯ୍ୟନ୍ତ ସମ୍ବିଧାନରେ ଏସସି-ଏସଟି ବ୍ୟତୀତ ସାମାଜିକ ଏବଂ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣର ପ୍ରାବଧାନ ରହିଛି। ମାତ୍ର ଏଥିରେ ଆର୍ଥିକ ରୂପେ ଦୁର୍ବଳ ଲୋକଙ୍କ ବିଷୟରେ କୌଣସି ବ୍ୟବସ୍ଥା ନଥିଲା।