ବେଫିକର ଉଚ୍ଚଶିକ୍ଷା ବିଭାଗ, ମାଲକାନଗିରିରୁ ୧୦୮ ମାଟ୍ରିକ ଓଏମଆର ସିଟ୍ ଗାଏବ
Khabar Odisha:Education-Odisha-Matric-exam-math-OMR-sheet-misplace-in-high-school-in-Malkangiri
ମାଲକାନଗିରି, ମାର୍ଚ୍ଚ ୦୩(ଖବର ଓଡ଼ିଶା):

ପୁଣି ଢିଲା ମାରିଲା ସୁରକ୍ଷା ବ୍ୟବସ୍ଥା । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆରମ୍ଭରୁ ହିଁ ବିଭ୍ରାଟ ଦେଖାଦେଇଥିଲା । ଗତକାଲି ଗଣିତ ପ୍ରଶ୍ନପତ୍ର ଭାଇରାଲ ଘଟଣା ପରେ ଏବେ ଗାଏବ ହୋଇଛି ୧୦୮ଟି ଗଣିତ ଓଏମଆର ସିଟ । ଏପରି ଘଟଣା ଘଟିଛି ମାଲକାନଗିରି ପଡ଼ିଆ ଏସଏସଡ଼ି ହାଇସ୍କୁଲରେ । ଏନେଇ ପଡ଼ିଆ ଥାନାରେ ସ୍କୁଲ କତ୍ତୃପକ୍ଷ ଅଭିଯୋଗ କରିଛନ୍ତି ।

ପ୍ରଥମ ଦିନରୁ ଏଯାଏଁ ହୋଇଥିବା ସମସ୍ତ ବିଷୟର ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଏବେ ଏକ ବିଚିତ୍ର ଘଟଣା ଘଟିଛି । କଡ଼ା ସୁରକ୍ଷା ଥାଇ ମଧ୍ୟ କୋ÷ଣସି ପ୍ରଭାବ ପଡ଼ିନାହିଁ । ଗତକାଲି ସରିଥିବା ଗଣିତ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ଘଟଣା ପରେ ଏବେ ଗାଏବ ହୋଇଛି ୧୦୮ଟି ଗଣିତ ଓଏମଆର ସିଟ । ମାଲକାନଗିରି ପଡ଼ିଆ ଏସଏସଡ଼ି ହାଇସ୍କୁଲରେ ଏପରି ଅଭିଯୋଗ ଆସିଛି । ମୋଟ ୧୨୦ ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ । ସ୍କୁଲ ପରିସର ମଧ୍ୟରୁ କିପରି ସମସ୍ତ ଓଏମଆର ସିଟ ଗାଏବ ହୋଇଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ପଡ଼ିଆ ଥାନାରେ ସ୍କୁଲ କର୍ତ୍ତୃପକ୍ଷ ଏତଲା ଦେଇଛନ୍ତି । ପୋଲିସର ଏତେ ସୁରକ୍ଷା ଥାଇ ମଧ୍ୟ ଓଏମଆର ସିଟ ଗାଏବ ହୋଇଥିବାରୁ  ଖୋଳତାଡ଼ କରାଯାଉଛି । ପରୀକ୍ଷା କେନ୍ଦ୍ର ପରିସରରେ ଏହି ଓଏମଆର ସିଟ ଗାଏବକୁ ସ୍କୁଲ କର୍ତ୍ତୁପକ୍ଷ ସ୍ୱୀକାର କରିଛନ୍ତି ।

Subscribe

National International State Sports Entertainment