ଓଏମଆର ସିଟ ଗାଏବ ଓ ତିନୋଟି ସ୍କୁଲରେ ପରୀକ୍ଷା ବାତିଲ ଉପରେ ଆସନ୍ତା ୧୨ରେ ହେବ ନିଷ୍ପତି
Khabar Odisha:Education-Odisha-Matric-exam-math-OMR-sheet-misplace-and-3ceners-exam-cancel-board-meeting-is-on-12th-march
କଟକ, ମାର୍ଚ୍ଚ ୦୮(ଖବର ଓଡ଼ିଶା):

 ମାଲକାନଗିରି ପଡିଆ ସ୍କୁଲରୁ ଓଏମଆର୍ ସିଟ୍ ଗାଏବ ହେବା ଘଟଣା ଓ ତିନୋଟି ସ୍କୁଲରେ ପରୀକ୍ଷା ବାତିଲକୁ  ନେଇ ଆସନ୍ତା ୧୨ ତାରିଖରେ ଶିକ୍ଷା ବୋର୍ଡ଼ ପରୀକ୍ଷା କମିଟି ବୈଠକ ବସିବ । ଶିକ୍ଷା ବ୍ୟବସ୍ଥାରେ ଦାୟିତ୍ୱ ହୀନତା ପାଇଁ ଆଜି ଛାତ୍ରଛାତ୍ରୀମାନଙ୍କ ଭାଗ୍ୟ ଉଜ୍ୱଳ ହେବା ବଦଳରେ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । 

ବୋର୍ଡ ସଂପାଦକ ଏହି ବିଷୟରେ କିଛି ବି ସ୍ପଷ୍ଟ ଉତ୍ତର ନ ରଖି ଛାତ୍ରଛାତ୍ରୀମାନଙ୍କ ଭାଗ୍ୟ ପରୀକ୍ଷା କମିଟି ଉପରେ ଛାଡିଦେଇଛନ୍ତି । ବୋର୍ଡ ସଂପାଦକଙ୍କ କହିବା ଅନୁଯାୟୀ, ୧୦୮ ଜଣ ପିଲାଙ୍କ ପରୀକ୍ଷା ଫଳ ନିଷ୍ପତି ପରୀକ୍ଷା କମିଟି ନେବ । ଆଜି ମାଟ୍ରିକ ପରୀକ୍ଷା ସରିଥିବା ବେଳେ ୧୨ତାରିଖରେ ପରୀକ୍ଷା କମିଟି ନିଷ୍ପତି ନେବ ବୋଲି ନିର୍ଦ୍ଧାରିତ ହୋଇଛି । 

ପୁଲିସ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇଛି । ଭୁଲ କାହାର ଥାଉ ନା କାହିଁକି ଏହି ଅବ୍ୟବସ୍ଥା ଭିତରେ ଛାତ୍ରଛାତ୍ରୀମାନଙ୍କ ଭାଗ୍ୟ ଏବେ ଝୁଲନ୍ତା ଅବସ୍ଥାରେ ରହିଛି ।

Subscribe

National International State Sports Entertainment