ମାର୍ଚ୍ଚ ୨୫ରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ
Khabar Odisha:Education-Odisha-Matric-exam-Paper-checking-will-start-from-march-25
କଟକ, ମାର୍ଚ୍ଚ ୦୯(ଖବର ଓଡ଼ିଶା):

ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ଓ ଓଏମଆର ସିଟ ଗାଏବ ଘଟଣା ସହ ଚର୍ଚ୍ଚାରେ ରହିଥିବା ପରୀକ୍ଷା ଗତକାଲି ସରିଛି । ଆସନ୍ତା ୨୫ରୁ ଖାତା ମୂଲ୍ୟାୟନ ଆରମ୍ଭ ହେବ  ।

ଚଳିତ ବର୍ଷ  ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ଓ ଓଏମଆର ସିଟ ଗାଏବ ଘଟଣା ସହ ଚାଲିଥିଲା । ଗତକାଲି ମାଟ୍ରିକ ପରୀକ୍ଷା ଶେଷ ହୋଇଛି । ଏନେଇ ଯେମିତି କୈାଣସି ତ୍ରୁଟି ନ ହୁଏ ତେଣୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଉଛି । ଆସନ୍ତା ୨୫ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହୋଇ ଏପ୍ରିଲ ୫ରେ ସରିବା ନେଇ ବୋର୍ଡ଼ ପକ୍ଷରୁ ସମ୍ଭାବନା କରାଯାଇଛି । ପ୍ରଶ୍ନପତ୍ର ଭାଇରାଲ ଓ ଓଏମଆର ସିଟ ଗାଏବ ଭଳି ବିଭ୍ରାଟକୁ ଆଖିରେ ରଖି ମାଟ୍ରିକ ରେଜଲ୍ଟ ପାଇଁ ଏବେ ଚିନ୍ତିତ ଅଭିଭାବକ ଓ ଛାତ୍ରଛାତ୍ରୀ । 

  • Tags:

Subscribe

National International State Sports Entertainment