ଏଣିକି ଦୁର୍ଗମ ଅଂଚଳର ଛାତ୍ରଛାତ୍ରୀଙ୍କ ପରିବହନ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର
Khabar Odisha:Education-Odisha-Inter-area-school-Students-transporation-charge-will-pay-by-state-govt
ଭୁବନେଶ୍ୱର,ମାର୍ଚ୍ଚ ୦୩(ଖବର ଓଡ଼ିଶା):

ଦୁର୍ଗମ ଅଞ୍ଚଳରେ ଥିବା ଜନବସତି ଅଞ୍ଚଳର ଛାତ୍ରଛାତ୍ରୀଙ୍କ ପାଇଁ ୨୦୦୯ ମସିହା ଆଇନ ଅନୁସାରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ନେଇ ରାଜ୍ୟ ସରକାର ଉନ୍ନତି ଦିଗରେ ଏକ ପଦକ୍ଷେପ ନେଇଛନ୍ତି । ଏଣିକି ବାସସ୍ଥଳୀଠାରୁ ଦୁଇ,ତିନି କିମି ଦୂରରେ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଶତ ପ୍ରତିଶତ ଉପସ୍ଥାନ ପାଇଁ ସେମାନଙ୍କ ଯାତାୟତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସାଧାରଣ ପରିବାରରେ  ନିଜ ଗାଁ ଠାରୁ ଦୁଇ ,ତିନି କିମି ଚାଲି ଚାଲି ଯାଉଥିବା ପିଲାଙ୍କ ପାଇଁ ପରିବହନ ଖର୍ଚ୍ଚ ପ୍ରଦାନ କରିବେ ରାଜ୍ୟ ସରକାର । କିଛି ସ୍ଥାନରେ କମ ଜନବସତି ଯୋଗୁଁ ନୂଆ ସ୍କୁଲ ପ୍ରତିଷ୍ଠା ହୋଇପାରୁନାହିଁ । ତେଣୁ ସେହି ପିଲାଙ୍କୁ  ଅନତି ଦୂରକୁ ପାଠପଢିବା ପାଇଁ ଯିବାକୁ ପଡ଼ୁଛି କିମ୍ବା ବିଦ୍ୟାଳୟ ଯିବା ବାଟରେ ଜଙ୍ଗଲ ଦେଇ ଯିବାକୁ ପଡ଼ୁଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଯେଉଁ ତତ୍ୱାବଧାରକ ଆସୁଥିବେ ସେମାନଙ୍କ ପରିବହନ ବାବଦ ଖର୍ଚ୍ଚ ପାଇଁ ବାର୍ଷିକ ଛଅ ହଜାର ଟଙ୍କା ରାଜ୍ୟ ସରକାର ଦେବେ ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ , ଯଦି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତ ରୁ ଅଧିକ ରୁହେ ତେବେ ପିଲା ଓ ତତ୍ୱାବଧାରକଙ୍କୁ ମାସିକ ୬୦୦ଟଙ୍କା ପ୍ରଦାନ କରାଯିବ । ଉପସ୍ଥାନ ହାର ଯଦି ୫୦ ପ୍ରତିଶତରୁ ୬୪ପ୍ରତିଶତ ମଧ୍ୟରେ ରୁହେ ତେବେ ମାସିକ ୪୦୦ଟଙ୍କା  ପ୍ରଦାନ କରାଯିବ । ସେହିପରି ଯଦି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ୩୦ ପ୍ରତିଶତରୁ ୫୦ ପ୍ରତିଶତ ରୁହେ ସେମାନଙ୍କୁ ମାସିକ ୩୦୦ଟଙ୍କା ପରିବହନ ବାବଦ ଖର୍ଚ୍ଚ ପ୍ରଦାନ କରାଯିବ । କିନ୍ତୁ କୋଣସି ପରିସ୍ଥିତିରେ ଉପସ୍ଥାନ ହାର ୩୦ନପ୍ରତିଶତରୁ କମ ହେଲେ ଆଦୌ ପରିବହନ ଖର୍ଚ୍ଚ ପ୍ରଦାନ କରାଯିବ ନାହିଁ । ଏହି ନିଷ୍ପତି ଅନୁଯାୟୀ ଛାତ୍ରଚାତ୍ରୀ ଓ ସେମାନଙ୍କ ତତ୍ୱାବଧାରଙ୍କୁ ନଗଦ ଟଙ୍କା ନ ଦିଆଯାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ଏଥିପାଇଁ ପ୍ରତି ମାସରେ ଜିଲ୍ଲା ,ବ୍ଲକ ଓ ଶିକ୍ଷା ମଣ୍ଡଳସ୍ତରରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ । ଏହ ସହ ବିଦ୍ୟାଳୟ ପରିଚାଳନା କମିଟି ଅଭିଭାବକଙ୍କ ସହ ବୈଠକ କରି ଶତପ୍ରତିଶତ ଉପସ୍ଥାନ ପାଇଁ ସଚେତନ କରିବାକୁ ନିଷ୍ପତି ନିଆଯାଇଛି ।

Subscribe

National International State Sports Entertainment