୧୦୮ ଗଣିତ ଓଏମଆର ସିଟ ଗାଏବ ଘଟଣା :୩ଟି କେନ୍ଦ୍ରରେ ପରୀକ୍ଷା ବାତିଲ ପାଇଁ ହେବ ନିଷ୍ପତି
Khabar Odisha:Education-Odisha-Board-will-take-decision-on-Matric-exam-math-OMR-sheet-misplace
ଭୁବନେଶ୍ୱର, ମାର୍ଚ୍ଚ ୦୬(ଖବର ଓଡ଼ିଶା):

ମାଟ୍ରିକ ପରୀକ୍ଷାର ୧୦୮ଟି ଗଣିତ ଓଏମଆର ସିଟ ଗାଏବ ଘଟଣାରେ ପରୀକ୍ଷା କମିଟି ନିଷ୍ପତି ନେବ । ମାର୍ଚ୍ଚ ୧୧ କିମ୍ବା ୧୨ ତାରିଖରେ ତିନୋଟି ପରୀକ୍ଷା କେନ୍ଦ୍ରରେ  ପରୀକ୍ଷା ବାତିଲ ନେଇ ନିଷ୍ପତି ନିଆଯିବ ବୋଲି ବୋର୍ଡ଼ ସମ୍ପାଦକ ସୂଚନା ଦେଇଛନ୍ତି ।

ସୂଚନା ମୁତାବକ , ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ପରେ କପି ଓ ଓଏମଆର ସିଟ ଗାଏବ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରୁଛି । ମାଲକାନଗିରିରେ ପଡ଼ିଆ ଏସଏସଡ଼ି ହାଇସ୍କୁଲରେ କଡ଼ା ସୁରକ୍ଷା ଥାଇ ମଧ୍ୟ ମାଟ୍ରିକ ପରୀକ୍ଷାର୧୦୮ଟି ଗଣିତ ଓଏମଆର ସିଟ ଗାଏବ ହୋଇଥିଲା  । ଏହି ଘଟଣାରେ ତଦନ୍ତ ହେବା ସହ ସରକାରୀ ଅଧିକାରୀଙ୍କୁ ନିଲମ୍ବନ ମଧ୍ୟ କରାଯାଇଛି । ।ଏନେଇ ମାର୍ଚ୍ଚ ୧୧ କିମ୍ବା ୧୨ ତାରିଖରେ ତିନୋଟି ପରୀକ୍ଷା କେନ୍ଦ୍ରରେ  ପରୀକ୍ଷା ବାତିଲ ନେଇ କମିଟି ନିଷ୍ପତି ନେବ ବୋଲି ବୋର୍ଡ଼ ସମ୍ପାଦକ ସୂଚନା ଦେଇଛନ୍ତି ।

Subscribe

National International State Sports Entertainment