୧୦୮ଟି ଗଣିତ ଓଏମଆର ସିଟ ଗାଏବ ଘଟଣା : ୪ନିଲମ୍ବିତ
Khabar Odisha:Crime-Education-Odisha-Matric-exam-math-OMR-Stolen-in-malkangiri-4suspend
ମାଲକାନଗିରି,ମାର୍ଚ୍ଚ ୦୫(ଖବର ଓଡ଼ିଶା):

 ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ପରେ ପରେ  ମାଲକାନଗିରିରେ ପଡ଼ିଆ ଏସଏସଡ଼ି ହାଇସ୍କୁଲରେ ୧୦୮ଟି ଗଣିତ ଓଏମଆର ସିଟ ଗାଏବ ହୋଇଥିଲା  । ଏହି ମାମଲାରେ ମାଲକାନଗିରି ଜିଲ୍ଲାପାଳ ଚାରିଜଣଙ୍କୁ ନିଲମ୍ବନ କରିଛନ୍ତି ।

ସୂଚନା ମୁତାବକ ,ମାଲକାନଗିରିରେ ପଡ଼ିଆ ଏସଏସଡ଼ି ହାଇସ୍କୁଲରେ କଡ଼ା ସୁରକ୍ଷା ଥାଇ ମଧ୍ୟ ମାଟ୍ରିକ ପରୀକ୍ଷାର୧୦୮ଟି ଗଣିତ ଓଏମଆର ସିଟ ଗାଏବ ହୋଇଥିଲା  । ଏନେଇ ଆଜି ସୁପରିଟେଣ୍ଡେଣ୍ଟ ଶତ୍ରୁଘନ ସ୍ବାଇଁ ଓ ଡେପୁଟି ସୁପରିଟେଣ୍ଡେଣ୍ଟ ବିଦ୍ୟୁତ ପାତ୍ର ଓ ୨ ଶିକ୍ଷକ ଜଳନ୍ଧର ବେହେରା ଓ ପ୍ରଭାକର ପାଢ଼ୀଙ୍କୁ ଆଜି ଜିଲ୍ଲାପାଳ ମନୀଷ ଅଗ୍ରୱାଲ ନିଲମ୍ବନ କରିଛନ୍ତି । ଏହି ମାମଲାରେ ପୋଲିସ ତଦନ୍ତ ଜାରି ରହିଛି ।

ଉଲ୍ଲେଖଯୋଗ୍ୟ ,ଗଣିତ ପରୀକ୍ଷା ସରିବା ପରଦିନ ପରୀକ୍ଷା କେନ୍ଦ୍ରରୁ୧୦୮ଟି ଗଣିତ ଓଏମଆର ସିଟ ଗାଏବ ହୋଇଥିବା ଅଭିଯୋଗ ଆସିଥିଲା । ମୋଟ ୧୨୦ ଜଣ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ । ଏନେଇ  ପଡ଼ିଆ ଥାନାରେ ସ୍କୁଲ କର୍ତ୍ତୃପକ୍ଷ ଏତେଲା ଦେଇଥିଲେ ।  ପରୀକ୍ଷା କେନ୍ଦ୍ର ପରିସରରେ ଏହି ଓଏମଆର ସିଟ ଗାଏବକୁ ସ୍କୁଲ କର୍ତ୍ତୁପକ୍ଷ ସ୍ୱୀକାର କରିବା ପରେ ଆଜି ବୋର୍ଡ଼ର ନିର୍ଦ୍ଦେଶ କ୍ରମେ ଗତକାଲି ସମ୍ପୃକ୍ତ ସ୍କୁଲର ଚାରି ଜଣଙ୍କ ନାଁରେ ପଡ଼ିଆ ଥାନାରେ ବିଇଓ ଏତଲା ଦେଇଥିଲେ ।

  • Tags:

Subscribe

National International State Sports Entertainment