କେରେଡା ଗଡ଼ ନିକଟରେ ବୁଡିଲା ଯାତ୍ରିବାହୀ ଡ଼ଙ୍ଗା, ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ ଖବର ଓଡିଶା : 08/02/2023 Share story: କେନ୍ଦ୍ରାପଡା ରାଜନଗର କେରେଡା ଗଡ଼ ନିକଟରେ ଯାତ୍ରୀବାହୀ ଡ଼ଙ୍ଗା ଦୁର୍ଘଟଣା । ବ୍ରାହ୍ମଣୀ ନଦୀରେ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ଡଙ୍ଗା। ଡଙ୍ଗାରେ ଥିବା ପ୍ରାୟ ୩୦ ଯାତ୍ରୀ ଅଳ୍ପକେ ବର୍ତ୍ତିଛନ୍ତି । ସୂଚନାନୁଯାୟୀ, ଆଳି ବ୍ଲକ ଏକମାଣିଆ-ନଳପାହି ଘାଟରୁ ରାଜନଗର ବ୍ଲକ କେରଡ଼ାଗଡ଼ ଅଭିମୁଖେ ବ୍ରାହ୍ମଣୀ ନଦୀରେ ଯାଉଥିବା ଏକ ଯାତ୍ରୀବାହୀ ଡ଼ଙ୍ଗା ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ତେବେ ସୁରକ୍ଷିତ ଭାବେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ତେବେ ଯାତ୍ରୀଙ୍କର ବିଶେଷ କ୍ଷୟକ୍ଷତି ହୋଇନାହିଁ। Khabar Odisha Boat Mishap Kendrapara ଖବର ଓଡ଼ିଶା, Reporter, 08/02/2023