ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
Khabar Odisha:state-odisha-half-born-deadbody-found-in-karanjia-mayurbhanj
କରଂଜିଆ, ମେ ୧୯(ଖବର ଓଡିଶା):

ମୟୁରଭଞ୍ଜ ଜିଲ୍ଲା କଂରଜିଆ ଅଂଚଳରେ ଥିବା ବିସିପୁର ଜଙ୍ଗଲରୁ ଜଣେ ଯୁବକଙ୍କ ଅର୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ କେହି ହତ୍ୟା କରି ଜାଳିଦେଇଥିବା ସନ୍ଦେହ କରାଯାଉଛି ।

ସୂଚନାନୁସାରେ, ଆଜି ସକାଳେ ବିସିପୁର ନିକଟବର୍ତୀ ଏକ ଗ୍ରାମର କିଛି ବ୍ୟକ୍ତି ଜଙ୍ଗଲକୁ ଯାଇଥିଲେ । ସେଠାରେ ସେମାନେ ଜମେ ଯୁବକଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ମୃତଦେହଟି ଅର୍ଧଦଗ୍ଧ ଅବସ୍ଥାରେ ରହିଥିଲା । ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ  ।ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି । ଯୁବକଙ୍କ ପରିଚୟ ମିଳିନଥିଲେ ସୁଧା ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି ।

  • Tags:

Subscribe

National International State Sports Entertainment