ହାଇୱେ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ, ୨ ଗିରଫ
Khabar Odisha:state-odisha-crime-two-high-way-lootera-arrested-by-qat-bbsr
ଭୁବନେଶ୍ୱର, ମେ ୧୯(ଖବର ଓଡିଶା):

କମିଶନରେଟ୍ ପୋଲିସ ହାତରେ ଏକ ବଡ ଧରଣର ସଫଳତା ଲାଗିଛି । ପୋଲିସ ହାଇୱେ ଲୁଟେରା ଗ୍ୟାଙ୍ଗର ପର୍ଦାଫାଶ କରିବା ସହ ୨ଜଣଙ୍କୁ ଗିରଫ କରିଛି ।

ସଗାତାର ଭାବେ କିଛିଦିନ ଧରି ଭୁବନେଶ୍ୱର ରାଜପଥରେ ଯାତ୍ରୀ ଏବଂ ଗାଡି ଚାଳକମାନେ ଲୁଟର ଶିକାର ହେଉଥିଲେ । ଏନେଇ ପୋଲିସରେ ମଧ୍ୟ ଅନେକ ଅଭିଯୋଗ ହେଉଥିଲା  । ଏହା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା  । କିନ୍ତୁ ଆଜି କମିଶନରେଟ୍ ପୋଲିସର କ୍ୟୁଏଟି ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ୨ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନଙ୍କଠୁ ୨ଟି କାର ସହ ଗୋଟିଏ ମାଉଜର ଏବଂ ୨ଟି ମୋବାଇଲ ଫୋନ ଜବତ ହୋଇଛି ।

  • Tags:

Subscribe

National International State Sports Entertainment