ପୋଖରୀରୁ ରେଳ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
Khabar Odisha:state-crime-odisha-deadbody-rescued-of-ex-railway-worker-from-pond-titlagarh
ବଲାଙ୍ଗିର, ମେ ୧୬(ଖବର ଓଡିଶା):

ବଲାଙ୍ଗିର ଜିଲ୍ଲା ଟିଟଲାଗଡ ଦେଓବନ୍ଧ ଅଂଚଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଖରୀରେ ଭାସୁଥିବା ବେଳେ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ବ୍ୟକ୍ତିଜଣଙ୍କ ଜଣେ ପୂର୍ବତନ ରେଳ କର୍ମଚାରୀ ହୋଇଥିବା ଜଣାପଡିଛି ।

ଆଜି ସକାଳେ ଟିଟଲାଗଡ ଦେଓବନ୍ଧ ଗ୍ରାମରେ ଥିବା ଏକ ପୋଖରୀରେ ଏକ ମୃତଦେହ ଦେଖିବାକୁ ପାଇଥିଲେ  ।ସେମାନେ ପୋଲିସକୁ ଏନେଇ ଖବର ଦେଇଥିଲେ  ।ପୋଲିସ ଆସି ମୃତଦେହକୁ ଜବତ କରିଥିଲା । ତେବେ ଏହା ସ୍ଥାନୀୟ ମାଲଗୋଦାମ ଅଂଚଳର ପି, ଚିଟି ବାବୁଙ୍କର ହୋଇଥିବା ଜଣାପଡିଛି । ସେ ଜଣେ ପୂର୍ବତନ ରେଳ କର୍ମଚାରୀ ଅଟନ୍ତି । ତାଙ୍କୁ କେହି ହତ୍ୟା କରି ପୋଖରୀରେ ଫିଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି ।

  • Tags:

Subscribe

National International State Sports Entertainment