ଜବତ ହେଲା ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର, ଘଟଣାରେ ୪ ଅଭିଯୁକ୍ତ ଗିରଫ ବ୍ରହ୍ମପୁର,ଜୁଲାଇ ୨୪(ଖବର ଓଡିଶା): Share story: ଜବତ ହେଲା ଶାଗୁଆନ କାଠ ବୋଝେଇ ଟ୍ରାକ୍ଟର। ତେବେ ଏହି ଘଟଣାରେ ଚାରି ଜଣ ଗିରଫ ହୋଇଛନ୍ତି। ବ୍ରହ୍ମପୁର ଜିଲ୍ଲା ବନ ଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶରେ ଦିଗପହଣ୍ଡି ବନ ବିଭାଗ କର୍ମଚାରୀମାନେ ଶନିବାର ରାତିରେ ଏକ ଶାଗୁଆନ କାଠ ବୋଝେଇ ଟ୍ରାକ୍ଟରକୁ ପୁଞ୍ଜିକର୍ୟା ଛକରେ ଜବତ କରିଛନ୍ତି। ଏହାସହିତ କାଠ ଚୋରାଚାଲାଣରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କ ଘର ଦିଗପହଣ୍ଡି ଥାନା ଅନ୍ତର୍ଗତ ଭିଷ୍ମଗିରି ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଆଉଜଣେ ବ୍ୟକ୍ତି ସେମାନଙ୍କୁ ଡାକି ନେଇଥିଲେ ବୋଲି ଅଭିଯୁକ୍ତମାନେ କହିଛନ୍ତି। ଜବତ ହୋଇଥିବା କାଠର ଆନୁମାନିକ ବଜାର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ କହିଛନ୍ତି।ବନବିଭାଗ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି। ଖବର ଓଡ଼ିଶା, Reporter, 24/07/2022