ଖୋର୍ଦ୍ଧା ରୋଡ୍ ଆରପିଏଫ୍ ଓ ଜିଆରପିର ମିଳିତ ଚଢାଉ କରିଛି । ଏହି ଚଢ଼ାଉରେ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁସାରେ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ଆରପିଏଫ୍ ସିବିଆଇ ଟିମ୍ ଠାରୁ ଗଞ୍ଜେଇ ଚାଲାଣ ନେଇ ଖବର ପାଇଥିଲା । ସୋମବାର ରାତିରେ ଟ୍ରେନ୍ ନମ୍ବର ୨୨୮୨୭ ପୁରୀ-ସୁରତ ଏକ୍ସପ୍ରେସ ଗଂଜେଇ ଚାଲାଣ ହେଉଛି ବୋଲି ଆରପିଏଫ୍ ଖବର ପାଇଥିଲା l
ଖବର ପାଇ ସଙ୍ଗେ ସଙ୍ଗେ ଆରପିଏଫ୍ ଓ ଜିଆରପି ମିଳିତ ଭାବେ ୪ ନମ୍ବର ପ୍ଲାଟଫର୍ମ ଉପରେ ଚଢାଉ ବେଳେ ସନ୍ଦେହଜନକ ଭାବେ ବୁଲୁଥିବା ଜଣେ ବ୍ୟକ୍ତିକୁ ପଚରାଉଚରା ସମୟରେ ତା ନିକଟରୁ ଧଳା ଜରି ବସ୍ତାରୁ ୧୧କେଜି ୨ଶହ ଗ୍ରାମ ଗଞ୍ଜେଇ ଜବତ କରିଥିଲା କରାଯାଇଥିଲା l