ଅବକାରୀ ବିଭାଗ ଫ୍ଲାଇଂ ସ୍କ୍ୱାର୍ଡ ଉପରେ ଆକ୍ରମଣ
Khabar Odisha:odisha-attack-on-excise-flying-squad-team
ବାଲେଶ୍ୱର, ଅପ୍ରେଲ ୧୦ (ଖବର ଓଡ଼ିଶା):

ଗଞ୍ଜେଇ ବ୍ୟାପର ଉପରେ ଚଢ଼ଉ କରିବାକୁ ଯାଇଥିବା ଫ୍ଲାଇଂ ସ୍କ୍ୱାର୍ଡ ଉପରକୁ ଆକ୍ରମଣ କରାଯାଇଛି । ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ରୂପ୍‌ସା ଅନ୍ତର୍ଗତ ପାଟପୁର ଗ୍ରାମରେ । ଆକ୍ରମଣବେଳେ ଗଞ୍ଜେଇ ବେପାରୀ ମଣ୍ଟୁ ପ୍ରଧାନ ଫେରାର ହୋଇଯାଇଛି । 

ରପୂସା ଗ୍ରାମରେ ଗଞ୍ଜେଇ ବେପାର ଚାଲିଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା । ଏହା ପରେ ବିଭାଗର ଫ୍ଲାଇଁ ସ୍କ୍ୱାର୍ଡ ଚଢ଼ଉ କରିଥିଲେ । ଚଢ଼ଉ ସମୟରେ ଗ୍ରାମବାସୀମାନେ ଅଧିକାରୀମାନଙ୍କୁ ଓଲଟା ଆକ୍ରମଣ କରିଥିଲେ । ଏହା ସହିତ ଜବତ ହୋଇଥିବା ଗଞ୍ଜେଇ ଛଡ଼ାଇ ନେବା ସହିତ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି । ଏହି ସମୟରେ ମଉକା ଦେଖି ବ୍ୟବସାୟୀ ମଣ୍ଟୁ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ତେବେ ଆକ୍ରମଣରେ କିଛି ଅଧିକାରୀ ଆହତ ହୋଇଛନ୍ତି । ଏ ନେଇ ଥାନା ଅଭିଯୋଗ କରାଯାଇଛି । ପୋଲିସ ମଣ୍ଟୁକୁ ଧରିବାକୁ ତନାଘନା ଆରମ୍ଭ କରିଛି ।  

  • Tags:

Subscribe

National International State Sports Entertainment