ଉନ୍ନାଓ ଗଣଦୁଷ୍କର୍ମ : ସେଙ୍ଗର ହିଁ କରିଛି ବଳାତ୍କାର- ସିବିଆଇ
Khabar Odisha:national-odisha-unnao-assault-case-allegations-on-mla-kuldeeep-sengar-are-true-says-cbi
ନୂଆଦିଲ୍ଲୀ, ଅଗଷ୍ଟ ୦୭ (ଖବର ଓଡିଶା) :

ଉନ୍ନାଓ ଦୁଷ୍କର୍ମ ମାମଲା ଏବେ ଅନ୍ତିମ ରୂପ ନେବାକୁ ଯାଉଛି । ଏହି ମାମଲାର ଶୁଣାଣୀ ଏବେ ତୀସ ହଜାରୀ କୋର୍ଟରେ ଚାଲିଛି । ଶୁଣାଣୀ ସମୟରେ ସିବିଆଇ କହିଛି କି, ନିଲମ୍ବିତ ବିଜେପି ବିଧାୟକ କୁଳଦୀପ ସେଙ୍ଗର ଉପରେ ଆଗତ ହୋଇଥିବା ବଳାତ୍କାର ଅଭିଯୋଗ ସତ୍ୟ । ସିବିଆଇ ଚାର୍ଜସିଟରେ ବିଧାୟକ ସେଙ୍ଗର ବିରୋଧରେ ଲଗାଯାଇଥିବା ଅଭିଯୋଗକୁ ଦୋହରେଇ କହିଛନ୍ତି କି, ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭାବରେ ସତ୍ୟ । ବିଧାୟକ କୁଳଦୀପ ସେଙ୍ଗର ହିଁ ବଳାତ୍କାରୀ । ସେ ନିଜର ସହେଯାଗୀ ଶଶି ସିଂହ ସହ ମିଶି ପୀଡିତାଙ୍କ ସହ ଦୁଷ୍କର୍ମ କରିଛି । 

କିଛି ଦିନ ପୂର୍ବରୁ ଅଭିଯୁକ୍ତ ବିଧାୟକ କୁଳଦୀପ ସିଂହ ସେଙ୍ଗରକୁ ଉତ୍ତର ପ୍ରଦେଶରୁ ଦିଲ୍ଲୀର ତିହାଡ ଜେଲରେ ସ୍ଥାନାନ୍ତରଣ କରାଯାଇଥିଲା । ଏହି ମାମଲାର ଶୁଣାଣୀ ଏବେ ତୀସ ହଜାରୀ କୋର୍ଟରେ ଚାଲିଛି । ଅଦାଲତରେ ମୁଖ୍ୟ ଅଭିଯୁକ୍ତ କୁଳଦୀପ ସେଙ୍ଗର ସହ ୯ ଅଭିଯୁକ୍ତଙ୍କୁ ଅଦାଲତରେ ହାଜର କରାଯାଇଛି । 

ଅପର ପକ୍ଷରେ ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧାରିବା ପାଇଁ ତାଙ୍କୁ ଦିଲ୍ଲୀର ଏମ୍ସ ସ୍ଥାନାନ୍ତରଣ କରାଯାଇଛି । କୋର୍ଟ ସିବିଆଇକୁ ଏମ୍ସର ଆଖପାଖରେ ପୀଡିତାଙ୍କ ପରିବାର ପାଇଁ ଉଚିତ୍ ବ୍ୟବସ୍ଥା କରିବା ପାଇଁ ଆଦେଶ ଦେଇଥିଲେ । ଏହା ସହ ସିବିଆଇକୁ ପ୍ରମାଣ ପତ୍ର ସବୁ ସିଲ ବନ୍ଦ ଲଫାପାରେ ଦେବା ପାଇଁ ଅଦାଲତ କହିଛନ୍ତି । 

Subscribe

National International State Sports Entertainment