ସୁରକ୍ଷା ଢିଲା, ଚୌଦ୍ୱାର ଜେଲରେ କଏଦୀଙ୍କ ମୋବାଇଲରେ ଗପୁଥିବା ଭିଡିଓ ଭାଇରାଲ
Khabar Odisha:crime-odisha-video-viral-of-a-prisoner-of-choudwar-jail-cuttack
କଟକ, ମାର୍ଚ୍ଚ ୧୧(ଖବର ଓଡିଶା):

କଟକ ଚୌଦ୍ୱାର ଜେଲରେ ଅବ୍ୟବସ୍ଥା । ଜେଲ ପରିସରରେ ବୁଲୁଛି ମୋବାଇଲ । ଉତୋଳନ ହେଉଛି ଭିଡିଓ  । ଗତ କିଛିଦିନ ତଳେ ଜଣେ କଏଦୀଙ୍କ ଭିଡଓ ଭାଇରାଲ ଏବଂ ପରେ ତାଙ୍କର ସନ୍ଦେହଜନତ ମୃତ୍ୟୁ ଘଟଣାର ତଦନ୍ତ ଚାଲୁଥିବା ବେଳେ ଆଜି ଆଉ ଏକ କଥା ଦେଖିବାକୁ ମିଳିଛି । ଜଣେ କଏଦୀ ପାଇଖାନା ଟାଙ୍କି ସଫା କରୁଥିବା ଭିଡଓ ଭାଇରାଲ ହୋଇଛି । 

ସୂଚନା ମୁତାବକ, ଗତ ଦୁଇ ଦିନ ତଳେ ଶୁଭ୍ରାଂଶୁ ଦାସ ନାମକ ଜଣେ କଏଦୀଙ୍କ ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ତାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ପରିବାର ପକ୍ଷରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଅଣାଯାଇଥିଲା । ତେବେ ଆଜି ପୁଣି ଜଣେ କଏଦୀଙ୍କ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ କଏଦୀଜଣଙ୍କ ପାଇଖାନା ଟାଙ୍କି ସଫା କରିବା ସହ ମୋବାଇଲରେ କଥା ହେଉଛନ୍ତି । 

ବାରମ୍ବାର ଚୌଦ୍ୱାର ଜେଲରେ ଚଢାଉ କରାଯାଉଛି । ଅନେକ ଆପତିଜନକ ସାମଗ୍ରୀ ମଧ୍ୟ ଜବତ ହେଉଛି । ତେବେ ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଜେଲରେ ଯଦି ଏପରି ସୁରକ୍ଷା ବ୍ୟବସ୍ଥା ତେବେ ଅନ୍ୟ ଜେଲର ଅବସ୍ଥା କଣ ହୋଇନଥିବ ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି ।

  • Tags:

Subscribe

National International State Sports Entertainment