ପୁରୀରେ ଏନକାଉଂଟର, ଦୁର୍ଦ୍ଦାନ୍ତ ଗୁଡୁ ଆହତ
Khabar Odisha:crime-odisha-puri-police-encounter-gudu-injured
ପୁରୀ, ମାର୍ଚ୍ଚ ୧୨(ଖବର ଓଡିଶା) :

ପୁରୀ ଜିଲ୍ଲା ଅନ୍ତର୍ଗତ ତାଳବଣିଆ ଥାନା କୁମୁଟିପାଟଣାରେ ପୋଲିସ ଏନକାଉଟଂର କରିଛି । ଏନକାଉଟରରେ ରଶ୍ମିରଂଜନ ପଣ୍ଡା ବା ଗୁଡୁ ଆହତ ହୋଇଛି । ଗୁଡୁ  ଗତକାଲି ରାତିରେ ଜଣଙ୍କୁ ଗୁଳିମାଡ କରିଥିଲା । ତାକୁ ଧରିବା ପାଇଁ ପୋଲିସ ଏନକାଉଂଟର କରିଥିଲା ।

ସୂଚନାନୁସାରେ, ଗତକାଲି ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଡୁ ଅନ୍ୟଜଣଙ୍କୁ  ଗୁଳିମାଡ କରିଥିଲା । ପରେ ଗୁଡୁକୁ ଧରିବା ପାଇଁ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା । ଏହା ପରେ ସେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା । ଜବାବରେ ପାଲିସ ମଧ୍ୟ ଗୁଳି ଚାଳନା କରିଥିଲା । ଯାହା ଫଳରେ ଗୁଡୁ ଆହତ ହୋଇଛି । ତାହାର ଦୁଇଟି ଗୋଡରେ ଗୁଳି ବାଜିଛି । ତାକୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଥିଲା କିନ୍ତୁ ବର୍ତମାନ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

  • Tags:

Subscribe

National International State Sports Entertainment