ନକଲି ଚା’ପତି କାରଖାନା ଉପରେ ଚଢାଉ, ବ୍ୟାପକ କଂଚାମାଲ ଜବତ, ମାଲିକ ଫେରାର
Khabar Odisha:crime-odisha-kendrapara-duplicate-tea-factory-raid-owner-hides
କେନ୍ଦ୍ରାପଡା, ମାର୍ଚ୍ଚ ୧୨ (ଖବର ଓଡିଶା) :

କେନ୍ଦ୍ରାପଡା ସ୍ଥିତ ଖୋର୍ଦ୍ଧା ସାହିରେ ନକଲି ଚା’ପତି କାରଖାନା ଠାବ କରାଯାଇଛି । ଏହି କାରଖାନା ଉପରେ ସଦର ଥାନା ପୋଲିସ ଚଢାଉ କରି ବିପୁଳ ପରିମାଣରେ କଂଚାମାଲ ଜବତ କରିଛି ।

ସୂଚନାନୁସାରେ, କେନ୍ଦ୍ରାପଡା ଜିଲ୍ଲାରେ ଅନେକ ସମୟରେ ଚା’ପତି ନକଲି ଆସୁଥିବା ଅଭିଯୋଗ ହେଉଥିଲା । ଯାହା ଅବକାରୀ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଥିଲା । ଆଜି ଜିଲ୍ଲାର ଖୋର୍ଦ୍ଧା ସାହିରେ ବହୁ ଦିନ ଧରି ନକଲି ଚା’ପତି କାରବାର ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲା । କେବଳ ଚା’ପତି ନୁହେଁ ନକଲି ତେଲ, ଅନ୍ୟ କମ୍ପାନୀର ନକଲି ସାମଗ୍ରୀ ମଧ୍ୟ କାରାବାର ଚାଲିଥିଲା । 

ଆଜି ଏହି ନକଲି ଚା ପତି କାରଖାନା ଉପରେ ସଦର ଥାନା ପୋଲିସ ଚଢାଉ କରିଛି । ଚଢାଉ କରିବା ପରେ ସେହି କାରଖାନାରୁ ବିପୁଳ ମାତ୍ରାରେ କଚାଂମାଲ ଜବତ କରାଯାଇଛି । ପୋଲିସର ଚଢାଉ ପରେ କାରଖାନାର ମାଲିକ ଫେରାର ହୋଇଯାଇଛି । ପୋଲିସ ଏସବୁ ଜବତ କରିବା ପରେ ଫେରାର ମାଲିକଙ୍କୁ ଖୋଜିବାରେ ଲାଗିଛି ।

  • Tags:

Subscribe

National International State Sports Entertainment