ବେଆଇନ ବନ୍ଧୁକ କାରବାର, ଯୁବକ ଗିରଫ
Khabar Odisha:crime-odisha-kandhamal-man-arrested-for-illegal-gun-smuggling
ଫୁଲବାଣୀ, ମାର୍ଚ୍ଚ ୧୨(ଖବର ଓଡିଶା):

କନ୍ଧମାଳ ଜିଲ୍ଲାରରେ ବେଆଇନ ବନ୍ଧୁକ ରଖିଥିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରାଯାଇଛି । ଯୁବକଙ୍କୁ ଗିରଫ କରିବା ସହ ବନ୍ଧୁକ ଜବତ କରିଛି ଫିରଙ୍ଗିଆ ପୋଲିସ ।

ଫୁଲବାଣୀ ସ୍ଥିତ କେଲାପଡା ପଚାଂୟତ କରାଣ୍ଡିବାଲି ଗାଁରେ ବେଆଇନ ଭାବରେ ବନ୍ଧୁକ କାରବାର ନେଇ ଅଭିଯୋଗ ହୋଇ ଆସୁଥିଲା ।  ଆଜି  ବେଆଇନ ଭାବରେ ବନ୍ଧୁକ କାରବାର କରୁଥିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି । ଯୁବକ ଜଣକ ହେଉଛନ୍ତି କରାଣ୍ଡିବାଲି ଗ୍ରାମର ବାସିନ୍ଦା । ତାଙ୍କୁ ଗିରଫ କରିବା ସମୟରେ ତାଙ୍କ ନିକଟରୁ ବନ୍ଧୁକ ମଧ୍ୟ ଜବତ କରିଛି ଫିରଙ୍ଗିଆ ପୋଲିସ । ବର୍ତମାନ ପୋଲିସ ଯୁବକଙ୍କୁ ଏ ସଂପର୍କରେ ପଚରାଉଚରା କରୁଛି । 

  • Tags:

Subscribe

National International State Sports Entertainment