ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
Khabar Odisha:crime-odisha-hanging-deadbody-of-women-rescued-in-keunjhar
କେନ୍ଦୁଝର, ମେ ୧୭(ଖବର ଓଡିଶା):

କେନ୍ଦୁଝର ଜିଲ୍ଲା ଝାଡପୋଖରୀ ଅଂଚଳରେ ଥିବା ଏକ କାଜୁ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଥିବା ସନ୍ଦେହ କରାଯାଉଛି ।

ସୂଚନା ମୁତାବକ, ଆଜି ଝାଡପୋଖରୀ ଗ୍ରାମର କିଛି ବ୍ୟକ୍ତି ନିକଟରେ ଥିବା ଦଣ୍ଡାହୁଡି କାଜୁ ଜଙ୍ଗଲକୁ ଯାଇଥିଲେ । ସେଠାରେ ସେମାନେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ।  ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ମହିଳାଙ୍କ ପରିଚୟ ମିଳିପାରି ନାହିଁ । ତାଙ୍କୁ କେହି ହତ୍ୟା କରି ଏପରି ଗଛରେ ଟାଙ୍ଗି ଦେଇଥିବା ପୋଲିସ ସନ୍ଦେହ କରୁଛି 

  • Tags:

Subscribe

National International State Sports Entertainment