ବିଜେପି ନେତାଙ୍କୁ ଗୁଳିକରି ହତ୍ୟା, ପ୍ରତିବାଦରେ ଖୋର୍ଧା ବନ୍ଦ, ବିଜେଡିର ହାତ ଥିବା ଅଭିଯୋଗ
Khabar Odisha:crime-odisha-bjp-worker-manguli-jena-shot-dead-in-khurda
ଖୋର୍ଧା, ଏପ୍ରିଲ ୧୫(ଖବର ଓଡିଶା):

ଚଳିତ ନିର୍ବାଚନରେ ରାଜ୍ୟର ଅନେକ ସ୍ଥାନରେ ହିଂସାକାଣ୍ଡର ଖବର ଆସୁଛି । କେତେକ ସ୍ଥାନରେ ବିଜେଡି ସାଂସଦଙ୍କ ସମର୍ଥକଙ୍କ ଆକ୍ରମଣରେ ସୂଚନା ଅଧିକାର କର୍ମୀ ଆହତ ହେଉଛନ୍ତି ତ ଆଉ କେଉଁଠି ଏହା ଅଧିକ ଉଗ୍ର ରୂପ ଧାରଣ କରିଛି । ଗତକାଲି ବିଳମ୍ବିତ ରାତ୍ରରେ ଖୋର୍ଧାରେ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଏହାର ପ୍ରତିବାଦରେ ଆଜି ବିଜେପି ପକ୍ଷରୁ ଖୋର୍ଧା ବନ୍ଦ ଡାକରା ଦିଆଯାଇଛି ।

ସୂଚନା ମୁତାବକ, ବିଜେପିର ମଣ୍ଡଳ ସଭାପତି ମଙ୍ଗୁଳି ଜେନା ଗତକାଲି ରାତ୍ରରେ ନବୀନବାଗ ଅଂଚଳରେ ଥିବା ଦଳୀୟ କାର୍ଯ୍ୟାଳୟ ନିକଟରେ ଛିଡା ହୋଇଥିଲେ । ଏହି ସମୟରେ ଜଣେ ବ୍ୟକ୍ତି ସେଠାକୁ ବାଇକ ଯୋଗେ ଆସିଥିଲେ । ଏହାପରେ ସେ ମଙ୍ଗୁଳିଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଥିଲା । ମଙ୍ଗୁଳିଙ୍କୁ ତୁରନ୍ତ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ଘଟଣାର ପ୍ରତିବାଦରେ ବିଜେପି ପକ୍ଷରୁ ଆଜି ଖୋର୍ଧା ବନ୍ଦ ଡାକରା ଦିଆଯାଇଛି । ବିଜେପି ମୁଖପାତ୍ର ସୁଦୀପ୍ତ ରାୟ ଘଟଣାରେ ବିଜେଡି କର୍ମୀଙ୍କ ସଂପୃକ୍ତି ଥିବା ଅଭିଯୋଗ କରିବା ସହ ଅଭିଯୁକ୍ତକୁ ଗିରଫ ଦାବିରେ ଟାଉନ ଥାନାରେ ଶହଶହ ଦଳୀୟ କର୍ମୀ ଧାରଣା ଦେଇଛନ୍ତି ।

  • Tags:

Subscribe

National International State Sports Entertainment