ପୁଣି ଖୋର୍ଦ୍ଧାରୁ ଜବତ ହେଲା ୧୧.୮୦୦ଗ୍ରାମ ବ୍ରାଉନସୁଗାର, ଜଣେ ଗିରଫ
Khabar Odisha:crime-State-brownsugar-seized-from-khurda-1arrest
ଭୁବନେଶ୍ୱର, ଅଗଷ୍ଟ ୧୦(ଖବର ଓଡ଼ିଶା):

ଖୋର୍ଦ୍ଧାରେ ବ୍ରାଉନସୁାଗର ଭଳି ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲା ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡା ପାଲଟିଛି । ବେଧଡ଼କ ଭାବେ ବ୍ରାଉନସୁଗାର ଅନ୍ୟ ସ୍ଥାନକୁ ଚାଲାଣ ଓ ବିକ୍ରି ହେଉଛି । ଆଜି ପୁଣି ଖୋର୍ଦ୍ଧାରେ ପୋଲିସ ଚଢାଉ କରି ୧୧.୮୦୦ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।

ବାରମ୍ବାର ଖୋର୍ଦ୍ଧାର ଅନେକ ସ୍ଥାନରୁ ବ୍ରାଉନସୁଗାର ଜବତ ହେଉଥିଲେ ମଧ୍ୟ ଚାଲାଣକାରୀ ଖୁଲମଖୁଲା ବିକ୍ରି କରୁଛନ୍ତି । କୈାଣସି ସୂତ୍ରରୁ ଖବର ପାଇଁ ଆଜି ଖୋର୍ଦ୍ଧା ଥାନା ଜୟମଙ୍ଗଳ ଛକରୁ ପୋଲିସ ୧୧.୮୦୦ ଗ୍ରାମ ବ୍ରାଉନସୁଗାର ସହ ୪୩୦୦ଟଙ୍କା ଜବତ କରିଛି । ଏହା ସହ ବ୍ରାଉନସୁଗାରରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ନିରୋଜ ଜେନାଙ୍କ ପୋଲିସ ଗିରଫ କରିଛି । 

  • Tags:

Subscribe

National International State Sports Entertainment