ପାକିସ୍ତାନ ସିରିଏଲ୍ ଦେଖୁଥିଲେ ସ୍ତ୍ରୀ, ସ୍ୱାମୀ କଲେ ଛୁରୀରେ ଆଟାକ୍
Khabar Odisha:crime-Odisha-wife-attacked-by-husband-for-pakistan-serial
ପୁଣେ, ମାର୍ଚ୍ଚ ୧୩(ଖବର ଓଡିଶା) :

ପୁଣେରେ ଏକ ଚମକାଇଦେଲା ଭଳି ଘଟଣା ସାମ୍ନାକୁ ଆସିଛି । ସୀମାରେ ଭାରତ ପାକିସ୍ତାନ ବିବାଦ ଲାଗି ରହିଛି । ପୁଲୱାମା ଆତଙ୍କୀ ଆକ୍ରମଣ ପରେ ସାରା ଦେଶ ଆତଙ୍କବାଦ ଓ ପାକିସ୍ତାନକୁ ନିନ୍ଦା କରୁଛି । ଏହି ଭିତରେ ପାକିସ୍ତାନକୁ ଆଧାର କରି ଏକ ପାରିବାରିକ ସଂକଟ ଦେଖା ଦେଇଛି ।

ପାକିସ୍ତାନର ସିରିଏଲ୍ ଦେଖୁଥିବା କାରଣରୁ ନିଜ ସ୍ତ୍ରୀକୁ ଛୁରୀରେ ଆକ୍ରମଣ କରିଛନ୍ତି ସ୍ୱାମୀ । ଆରୋପୀର ନାମ ହେଉଛି ଆସିକ ସତ୍ତାର ନାୟାବ । ମିଳିଥିବା ସୂଚନା ଅନୁଯାୟୀ, ଆସିକ ଯେତେବେଳେ ଘରକୁ କାମରୁ ଫେରିଥିଲେ, ସେତେବେଳେ ତାଙ୍କ ସ୍ତ୍ରୀ ପାକିସ୍ତାନର ସିରିଏଲ୍‌ ଦେଖିବାରେ ବ୍ୟସ୍ତଥିଲେ । ସିରିଏଲ୍‌ରେ ଏତେ ବ୍ୟସ୍ତ ଥିଲେ ଯେ ସ୍ତ୍ରୀ ତାଙ୍କ କଥାକୁ ଶୁଣି ନଥିଲେ । ଏଥିରେ ଆସିକ ରାଗିଯାଇଥିଲେ ଏବଂ ଏକ ଛୁରୀରେ ସ୍ତ୍ରୀକୁ ଆକ୍ରମଣ କରିଥିଲେ । 

Subscribe

National International State Sports Entertainment