ଗଞ୍ଜେଇ ବଦଳରେ ଜାଲ ନୋଟ ଜବତ ,୩ ଗିରଫ
Khabar Odisha:crime-Odisha-fake-notes-0f-500-and-2000-are-found-3arrest
ମାଲକାନଗିରି, ମାର୍ଚ୍ଚ ୧୧ (ଖବର ଓଡ଼ିଶା ):

 ରାଜ୍ୟରେ ଜାଲ ନୋଟ କାରବାର ବେଧଡ଼କ ଭାବେ ଚାଲିଛି । ମାଲକାନଗିରିରେ  ଗଞ୍ଜେଇ କିଣି ଜାଲି ନୋଟ ଦେଇଥିବା ଅଭିଯୋଗରେ ଆଜି ପୋଲିସ ତିନିଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୨ଟି ୫୦୦ଟଙ୍କିଆ ,୧୪ଟି ୨୦୦୦ଟଙ୍କିଆ ଜାଲି ନୋଟ ଜବତ ହୋଇଛି ।

ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ବଦଳରେ ଜାଲି ନୋଟ ଦେଇଥିବା ଅଭିଯୋଗରେ ଆସିଛି । ଗଞ୍ଜେଇ କିଣି ଜାଲି ନୋଟ ଦେଇଥିବାରୁ ଏମଭି-୧୩ ଅଂଚଳରୁ ଦୁଇ ଜଣ ଓ ପାଣ୍ଡିରିପାଣି ଅଂଚଳରୁ ଜଣଙ୍କୁ ପୋଲିସ ଗିରଫ କରିଛି  । ଅଭିଯୁକ୍ତଙ୍କ ଠାରୁ ୧୨ଟି ୫୦୦ଟଙ୍କିଆ ,୧୪ଟି ୨୦୦୦ଟଙ୍କିଆ ଜାଲି ନୋଟ ଜବତ ହୋଇଛି । ଏହି ଜାଲି ନୋଟ କାରବାରରେ ଆଉ କେତେଜଣ ସାମିଲ ଅଛନ୍ତି ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Subscribe

National International State Sports Entertainment