ବାଲେଶ୍ୱର: ଛାତ୍ରୀଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ଅଭିଯୋଗରେ ଜଣେ ଅଟକ, ୩ଫେରାର
Khabar Odisha:crime-Odisha-Talsari-Marine-Police-detains-a-youth-for-allegedly-uploading-and-circulating-an-obscene-video-of-a-girl-student-on-social-media-in-Bhograi-of-Balasore-district
ବାଲେଶ୍ୱର, ଅଗଷ୍ଟ ୧୧(ଖବର ଓଡ଼ିଶା):

ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳରେ ଛାତ୍ରୀଙ୍କ ଅଶ୍ଲୀଳ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଯୈାନ ନିର୍ଯ୍ୟାତନାର ଅତି ସମ୍ବେଦନଶୀଳ ଭିଡ଼ିଓ ଭାଇରାଲ ହୋଇଛି । ଏହି ଅଭିଯୋଗରେ ଜଣେ ଯୁବକଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟ ୩ଜଣ ବର୍ତ୍ତମାନ ସୁଦ୍ଧା ଫେରାର ଅଛନ୍ତି ।

ସୂଚନାନୁସାରେ, ଛାତ୍ରୀଙ୍କ ଅଶ୍ଲୀଳ ଭିଡ଼ିଓ କରି ଭାଇରାଲ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ତାଳସାରି ମେରାଇନ ପୋଲିସ ହାତରେ ଜଣେ ଯୁବକ ଧରାପଡ଼ିଛନ୍ତି । କିଛି ଦିନ ତଳେ ସ୍ଥାନୀୟ ଏକ କଲେଜର ଜଣେ ଛାତ୍ର ଓ ଛାତ୍ରୀ ବୁଲିବାକୁ ଯାଇଥିବା ବେଳେ ଜଣେ ଯୁବକ ମୋଟରସାଇକଲରେ ତାଙ୍କୁ ଭୋଗରାଇ ତାଳସାରି ସମୁଦ୍ରକୂଳ ବୁଲାଇବାକୁ କହି ସେଠାକୁ ନେଇଥିଲେ । ସେଠାରେ ଯୋଜନାବଦ୍ଧ ଭାବରେ ଉପସ୍ଥିତ ଥିବା ୩ଜଣ ଯୁବକ ଓ ମୋଟର ସାଇକେଲରେ ଥିବା ଯୁବକ ଦୁଷ୍କର୍ମ ଅପଚେଷ୍ଟା କରିଥିଲେ । ଏଥିରେ ଅସଫଳ ହେବା ପରେ ଉକ୍ତ ଛାତ୍ରୀଙ୍କୁ ଉଲଗ୍ନ କରି ଅଶ୍ଲୀଳ ଭିଡ଼ିଓ ଉତ୍ତୋଳନ କରିଥିଲେ । ଏହା ପରେ ସେମାନେ ଉଭୟଙ୍କୁ ଧମକ ଦେଇଥିଲେ ଯେ ସପ୍ତାହକ ମଧ୍ୟରେ ୨୦ହଜାର ଟଙ୍କା ନଦେଲେ ଭିଡ଼ିଓକୁ ଭାଇରାଲ କରାଯିବ । ପରେ ସମ୍ପୃକ୍ତ ଯୁବକମାନେ ଛାତ୍ରୀଙ୍କ  ଅଶ୍ଲୀଳ ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ । 

ଛାତ୍ରୀଙ୍କ ଅଶ୍ଲୀଳ ଭିଡ଼ିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଛାତ୍ରୀ ଜଣକ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପରିବାର ଲୋକଙ୍କୁ ଜଣାଇଥିଲେ । ପରେ ଏନେଇ ତାଳସାରି ମେରାଇନ ପୋଲିସ ଖାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଥିଲା । ଅଭିଯୋଗକୁ ଆଧାର କରି ପୋଲିସ ସମ୍ପୃକ୍ତ ଯୁବକମାନଙ୍କୁ ଧରିବାକୁ ଖୋଜାଖୋଜି କରିଥିବା ବେଳେ ଆଜି ଜଣେ ଯୁବକ ଧରାପଡ଼ିବାରୁ ତାଙ୍କୁ ଜଳେଶ୍ୱର ଥାନାରେ ଅଟକ ରଖିଛି । 

  • Tags:

Subscribe

National International State Sports Entertainment