୪୮ଘଣ୍ଟା ପରେ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ ,ହତ୍ୟା ଅଭିଯୋଗ ଆଣିଲା ପରିବାର
Khabar Odisha:crime-Odisha-Body-of-a-youth-who-was-missing-since-August-8-recovered-from-Suktel-river-bank-at-Durgapalli-in-Bolangir
ବଲାଙ୍ଗୀର, ଅଗଷ୍ଟ ୧୦(ଖବର ଓଡ଼ିଶା):

ବଲାଙ୍ଗରରେ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ନଦୀପଠାରୁ ଯୁବକଙ୍କ ମୃତଦେହ ମିଳିବା ପରେ ପୁଇଁତଳା ଥାନାରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । 

 ବଲାଙ୍ଗୀର ଜିଲ୍ଲା ବରଗାଁର ଜଣେ ଯୁବକ ବଲାଙ୍ଗୀର ଯାଇ ଜୁଲାଇ  ୦୮ ତାରିଖରୁ ଆଉ ଫେରି ନଥିଲେ । ପୁଅ ନିଖୋଜ ଥିବା ନେଇ ଯୁବକଙ୍କ ପିତାମାତା ପୁଇଁତଳା ଥାନାରେ ଏତଲା ଦେଇଥିଲେ । କାଲି ଯୁବକଙ୍କ ଚଷମା ଓ ଚପଲ ଗାଁ ନିକଟ ରାସ୍ତା କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ପରେ ସେଠାରେ ଖୋଜାଖୋଜି କରାଯିବା ପରେ ଗାଁ ଠାରୁ ୧୫କିମି ଦୂର ଫାସଡ଼ ବ୍ରିଜରୁ ବାଇକ ମିଳିଥିଲା । ଏହା ପରେ ଆଜି ଦୁର୍ଗାପାଲି ସୁକତେଲ ନଦୀପଠାରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏନେଇ ପୁଇଁତଳା ଥାନାରେ ମୃତ ଯୁବକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । 

  • Tags:

Subscribe

National International State Sports Entertainment