ଜଣେ ନୁହେଁ କି ଦୁଇ ଜଣ ନୁହେଁ ତିନି ଜଣକୁ ହତ୍ୟା କରିଛି ଜଣେ ନାବାଳକ | ମାତ୍ର ଦୁଇ ଦିନ ଭିତରେ ଅତି ବୀଭତ୍ସ ଭାବେ ୩ ନିରୀହ ଜୀବନ ନେଲା ନରହନ୍ତା ନାବାଳକ |
ନାବାଳକ ଜଣକ ପ୍ରଥମେ ନିଜ ଆଈକୁ ମାରି ଫୋପାଡ଼ି ଦେଲା ପରେ ଜଣେ ମହିଳା ଓ ତାଙ୍କ ୬ ବର୍ଷୀୟା ଝିଅକୁ ନିର୍ମମ ଭାବେ ହତ୍ୟା କରିଛି । ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ରାଇମଣି ଛକ ନିକଟରେ ଘଟିଛି ।
ସୂଚନା ଅନୁଯାୟୀ ବୁଧବାର ରାଇମଣି ଗାଁ ବିଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ମହିଳାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଥିଲା। ପ୍ରାଥମିକ ତଦନ୍ତରୁ ଜଣ ପଡିଥିଲା ଯେ ନାବାଳକଜଣକ ମହିଳାଙ୍କୁ ବଳାତ୍କାର କରୁଥିବା ବେଳେ ଛୋଟ ଛୁଆଟି ଦେଖିଦେବାରୁ ସେ ବି ନାବାଳକର କୋପରୁ ବର୍ତ୍ତି ପାରି ନ ଥିଲା। ଅତି ନିର୍ମମ ଭାବେ ମା’ ଝିଅଙ୍କୁ ହାଣି ଜୀବନ ନେଇଥିଲା ହତ୍ୟାକାରୀ । ୬ ବର୍ଷୀୟ ଝିଅର ମୃତଦେହ ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ ମିଳିଥିଲା ।
ମହିଳା ଓ ତାଙ୍କ ଝିଅଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଘଟଣାରେ ସମ୍ପୃକ୍ତ ନାବାଳକକୁ ପୋଲିସ ଅଟକ ରଖିଥିଲା ଏହି ହତ୍ୟା ଘଟଣାକୁ ନାବାଳକ ଜଣକ ମଧ୍ୟ ପୋଲିସ ଆଗରେ ସ୍ୱୀକାର କରିଥିବା ବେଳେ ଏହା ପୂର୍ବରୁ ନିଜ ଆଈ ମା’ଙ୍କୁ ବି ହତ୍ୟା କରିଥିବା କହିଥିଲା ।ଏହାପରେ ପୋଲିସ ଆଜି ସକାଳେ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।