ରାଜଧାନୀରୁ ଯୁବବଙ୍କ ମୃତ ଦେହ ଉଦ୍ଧାର
Khabar Odisha:Youth-found-dead-in-Bhubaneswar
ଭୁବନେଶ୍ୱର, ମାର୍ଚ୍ଚ ୨୪ (ଖବର ଓଡ଼ିଶା):

ରାଜଧାନୀ ଭୁବନେଶ୍ୱରର ଶୈଳେଶ୍ରୀ ବିହାରର ଏକ ହୋଟେଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ୍ୟୁ ବରଣ କରିଥିବା ଯୁବକ ଜଣକ ହେଉଛନ୍ତି ଅଭିଷେକ ନାୟକ ଏବଂ ସେ ଏକ କଲେଜରେ ବାଣିଜ୍ୟର ତୃତୀୟ ବର୍ଷର ଛାତ୍ର ଥିଲେ ।

ସୂଚନା ଅନୁସାରେ, ଅଭିଷେକ ମାର୍ଚ୍ଚ ୨୨ ତାରିଖରୁ ନିଖୋଜ ଥିଲେ । ଗତକାଲି ବିଳମ୍ବିତ ରାତିରେ ପୋଲିସ ହୋଟେଲର ଦ୍ୱାର ଭାଙ୍ଗି ତାଙ୍କ ମୃତ ଦେହକୁ ଉଦ୍ଧାର କରିଛି ।

ଉଦ୍ଧାର ହୋଇଥିବା ତାଙ୍କ ଶରୀର ପୁରା ନୀଳ ପଡିଯାଇ ଥିବାର ଦେଖିବାକୁ ମିଳିଛି । ଅଭିଷେକ ଅନଲାଇନ ଟ୍ରେଣ୍ଡିଙ୍ଗ କରନ୍ତି ଏବଂ ସେ ସପ୍ତାହ ହେଲା ଚୁପ ଚାପ ରହୁଥିଲେ ବୋଲି ସୂଚନା ମିଳିଛି ।

ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ବେଳେ ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି ।

  • Tags:

Subscribe

National International State Sports Entertainment