ଅବକାରୀ ଅଧିକ୍ଷକ ନିନା ବେଉରାଙ୍କ ଘରେ ଭିଜିଲାନ୍ସ ଚଢାଉ, ୧ କେଜି ୨୦୦ ଗ୍ରାମ ସୁନା ଅଳଙ୍କାର ଜବତ ଭୁବନେଶ୍ୱର, ମେ ୧୫(ଖବର ଓଡିଶା): Share story: ଅବକାରୀ ଅଧିକ୍ଷକ ନିନା ବେଉରାଙ୍କ ଘରେ ଭିଜିଲାନ୍ସ ଚଢାଉ ଜାରି । ନିନାଙ୍କ ଭୁବନେଶ୍ୱର ଘର ଓ କଟକ ସ୍ଥିତ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଛି । ଚଢାଉରେ ମୋଟ ୧ କେଜି ୨୦୦ ଗ୍ରାମ ସୁନା ଅଳଙ୍କାର ଜବତ ହୋଇଛି । ନିନାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରୁ ୬୨୦ ଗ୍ରାମର ସୁନା ଅଳଙ୍କାର ଜବତ ହୋଇଛି । ସେହିପରି ନିନାଙ୍କ ସ୍ୱାମୀ ନିହାରଙ୍କ ବାସଭବନରେ ଶନିବାର ଭିଜିଲାନ୍ସ ଚଢାଉ କରିଥିଲା । ମାହାଙ୍ଗା ଥାନା ପରିସରରେ ଥିବା ନିହାରଙ୍କ ବାସଭବନରେ ଚଢାଉ ହୋଇଥିଲା । ତେବେ ଭିଜିଲାନ୍ସ ପକ୍ଷରୁ ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ ଚାଲିଛି । ଖବର ଓଡ଼ିଶା, Reporter, 15/05/2022