ଦୁର୍ଦ୍ଦାନ୍ତ ମହିଳା ନକ୍ସଲ ଗିରଫ କଲା ପୋଲିସ, ମାଓବାଦୀ ନାଁରେ ରହିଥିଲା ୮ ଲକ୍ଷ ଟଙ୍କାର ପୁରସ୍କାର ମାଲକାନଗିରି,ଅଗଷ୍ଟ ୧୭(ଖବର ଓଡିଶା): Share story: ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୋଲିସକୁ ମିଳିଛି ବଡ ସଫଳତା। ଜଣେ ଦୁର୍ଦ୍ଦାନ୍ତ ମହିଳା ନକ୍ସଲକୁ ପୁଲିସ ଗିରଫ କରିଛି ପୋଲିସ । ଏହି ଦୁର୍ଦ୍ଦାନ୍ତ ମହିଳା ନକ୍ସଲ ନାମରେ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ତେବେ ଜିଲ୍ଲାର ଅରଛା ଥାନାରୁ ଡିଆରଜି ଯବାନ ଏବଂ ଜିଲ୍ଲା ପୋଲିସ ମିଳିତ ଭାବେ କୋଡଲି ଆଦେରଖେଡା, ମୁସନାର, କାବନାର ଗ୍ରାମ ନିକଟସ୍ଥ ଜଂଗଲରେ କମ୍ବିଂ କରୁଥିଲେ। ଏହି ସମୟରେ କାବାନର ଜଂଗଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ କିଛି ମହିଳା ଏବଂ ପୁରୁଷମାନେ ପୋଲିସକୁ ଦେଖି ଦୌଡି ପଳେଇବାକୁ ଚେଷ୍ଟା କରୁଥିଲେ। ସେହି ଅଞ୍ଚଳକୁ ଘେରିବା ପରେ ଜଣେ ମହିଳାକୁ ପୋଲିସ କାବୁ କରିଥିଲା। ତାକୁ ଧରି ପଚରାଉଚରା କରିବା ପରେ ସେ ସୁଖମତି କୁମେଟି ବୋଲି ନିଜର ପରିଚୟ ଦେଇଥିଲା। ଖବର ଓଡ଼ିଶା, Reporter, 17/08/2022